Tue. Mar 10th, 2026

ଗାଁ ଉଦ୍ୟାନରୁ ଖଗେଶ୍ୱରଙ୍କ ମୃତଦେହ ଉଦ୍ଧାର

138 Views

କରଞ୍ଜିଆ  : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଳା ଗାଁରେ ଥିବା ଏକ ଉଦ୍ୟାନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଖଗେଶ୍ୱର ପଟୁଳିଆ। ତାଙ୍କ ଘର ସେହି ବଳା ଗାଁରେ।

ଗତକାଲି ରାତି ପ୍ରାୟ ୯ଟାରେ ସେ ଘରୁ ବାହାରକୁ କେଉଁଆଡ଼େ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ତେଣୁ ରାତିରେ ତାଙ୍କ ଘର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଏହି ସମୟରେ ଉଦ୍ୟାନ ଭିତରେ ତାଙ୍କ ମୃତଦେହ ଠାବ କରିଥିଲେ। ଏନେଇ ଆଜି ସକାଳେ ତାଙ୍କ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଉଦ୍ୟାନରେ ବେଆଇନ ମଦ ଓ ଦେହ ବେପାର ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଉଦ୍ୟାନ ମାଲିକ ନଆସିବା ପର୍ଯ୍ୟନ୍ତ ମୃତଦେହ ଉଠାଇବାକୁ ଦିଆଯିବନି ବୋଲି ଗାଁଲୋକେ ଜିଦ୍‌ ଧରିଛନ୍ତି। ପୁଲିସ୍‌ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।

By amfnews

Related Post