Fri. Mar 6th, 2026

ଖୁବ୍‌ଶୀଘ୍ର ଦେଶର ସମସ୍ତ ରେଳଷ୍ଟେସନରେ ଆରମ୍ଭ ହେବ ‘ମୁହଁ ଚିହ୍ନଟ ବ୍ୟବସ୍ଥା’

New Delhi Railway Station. Express Photo By Amit Mehra 20.10.2018 *** Local Caption *** New Delhi Railway Station.
290 Views

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ଦେଶର ସମସ୍ତ ରେଳଷ୍ଟେସନ ମାନଙ୍କରେ ଫେସ୍ ଆଇଡେଣ୍ଟିଫିକେସନ ସିଷ୍ଟମ ବା ମୁହଁ ଚିହ୍ନଟ ବ୍ୟବସ୍ଥା ଗ୍ରହଣ କରାଯିବ। ନୂଆବର୍ଷରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସ‌ାରେ, ରେଳଷ୍ଟେସନ୍‌ଗୁଡ଼ିକରେ ଅପରାଧମୂଳକ କାର୍ଯ୍ୟକୁ ରୋକିବା ପାଇଁ ଏହିଭଳି ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ, ଫେସ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମରେ ମ୍ୟାପିଂ କରିବା ସହିତ ଅପରାଧୀଙ୍କ ଫଟୋ ଦେଶର ସମସ୍ତ ରେଳ ଷ୍ଟେସନରେ ପହଞ୍ଚିପାରିବ। ଏଥିପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଦେଶର ସମୁଦାୟ ୬୧୦୦ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯିବ। ଏତଦ୍‌ବ୍ୟତୀତ ୭୦୨୦ ରେଳ ବଗିରେ ସିଟିଟିଭି କ୍ୟାମେରା ଲଗାଯାଇ ସ୍ଥିତି ଉପରେ ନଜର ରଖାଯିବ।ଉଲ୍ଲେଖଯୋଗ୍ୟ, ରେଳଷ୍ଟେସନମାନଙ୍କରେ ଅପରାଧକୁ ରୋକିବା ପାଇଁ ରେଳ ମନ୍ତ୍ରାଳୟ ସୂଚନା ପ୍ରଯୁକ୍ତିର ଉପଯୋଗ ଉପରେ ଗୁରୁତ୍ବ ଦେଇ ଆସୁଥିଲା।

By amfnews

Related Post