182 Views
ରାଉରକେଲା, ୨୧/୭ : ଛେଣ୍ଡ ନିକଟସ୍ଥ ତୁଳସୀଟୋଲାରେ ରହୁଥିବା ଦିଲୀପ ବାଡା ନାମକ ଜଣେ ଯୁବକ ଖାନାନରେ ବୁଡିଯିବାର ଅକାଳ ବିୟୋଗ ଘଟିଛି । ଛେଣ୍ଡ ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଦିଲୀପ ଆଜି ଦିନ ପ୍ରାୟ ୧୧ଟା ବେଳେ ଖାଦାନକୁ ଗାଧୋଇବାକୁ ଯାଇଥିଲେ ।
ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ ଅପରାହ୍ନ ସୁଦ୍ଧା ସେ ଘରକୁ ନ ଫେରିବାରୁ ସେମାନଙ୍କ ସନ୍ଦେହ ହୋଇଥିଲା । ଲୋକେ ଖୋଜା ଖୋଜି କରୁଥିବା ବେଳେ ଖାଦାନରେ ତାଙ୍କ ଶବ ଭାସୁଥିବା ଲୋକେ ଦେଖିଥିଲେ । ପରିବାର ଲୋକେ ସେଠାରେ ପହଞ୍ଚି ଶବ ଚିହ୍ନଟ କରିବା ସହିତ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶବ ଜବତ କରି ମର୍ଗରେ ରଖିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି ।