Sat. Nov 23rd, 2024

କ୍ୱାଲିଟି କଂଟ୍ରୋଲ ଅର୍ଡ଼ର ଅଧୀନକୁ ଆସିଲା ଆଉ ୧୬ଟି ଇସ୍ପାତଜାତ ଉତ୍ପାଦ: ଇସ୍ପାତ ଓ ଇସ୍ପାତ ଉତ୍ପାଦର ୮୫-୯୦% ହେଲା ନିୟନ୍ତ୍ରଣାଧୀନ

By amfnews Jun 25, 2018 #Featured
207 Views

ଇସ୍ପାତ ସେକ୍ଟରରେ ୧୦୦% ଗୁଣାତ୍ମକତା ସୁନିଶ୍ଚିତ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟର ଅଂଶସ୍ୱରୂପ, ଇସ୍ପାତ ମନ୍ତ୍ରଣାଳୟ ଦୁଇଟି କ୍ୱାଲିଟି କଂଟ୍ରୋଲ ନିର୍ଦ୍ଦେଶନାମା ଜାରି କରିଛି । ଏହି ଦୁଇଟି ନିର୍ଦ୍ଦେଶନାମା ଯଥାକ୍ରମେ ଷ୍ଟିଲ୍ ଏଣ୍ଡ ଷ୍ଟିଲ୍ ପ୍ରଡ଼କ୍ଟସ୍ (କ୍ୱାଲିଟି କଂଟ୍ରୋଲ) ନିର୍ଦ୍ଦେଶନାମା, ୨୦୧୮ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ପ୍ରଡ଼କ୍ଟସ୍ (କ୍ୱାଲିଟି କଂଟ୍ରୋଲ) ନିର୍ଦ୍ଦେଶନାମା, ୨୦୧୮ ଯାହା ବିଜ୍ଞପ୍ତି ନଂ.ଏସ ଓ ୨୯୯୮(ଇ) ଏବଂ ଏସ ଓ ୨୯୯୯(ଇ) ଭାବେ ଜୁନ୍ ୨୦, ୨୦୧୮ ତାରିଖରେ ପ୍ରକାଶ ପାଇଛି ।

ଏହା ଫଳରେ ଅଧିକ ୬ଟି ଇସ୍ପାତ ଉତ୍ପାଦକୁ ଗୁଣାତ୍ମକ ନିୟନ୍ତ୍ରଣ ପରିସରଭୁକ୍ତ କରାଯାଇଛି । ଇତି ପୂର୍ବରୁ, ୩୪ଟି କାର୍ବନ ଇସ୍ପାତ ଉତ୍ପାଦ ଏବଂ ୩ଟି ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦ ସକାଶେ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ପରିଣାମସ୍ୱରୂପ, ଏହି ଆଦେଶନାମା ବଳରେ ଏବେ ମୋଟ ୫୦ ପ୍ରକାରର କାର୍ବନ୍ ଷ୍ଟିଲ୍ ଏବଂ ୩ ପ୍ରକାରର ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦ, ଯାହାର କି ମାନବ ସ୍ୱାସ୍ଥ୍ୟ ଉପରେ ପ୍ରତ୍ୟକ୍ଷ ପ୍ରଭାବ ରହିଛି ଏବଂ ଭିତିଭୂମି, ଗୃହନିର୍ମାଣ, ଇଞ୍ଜିନିୟରିଂ ପ୍ରୟୋଗ ଓ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତା ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ସେସବୁକୁ କ୍ୱାଲିଟି କଂଟ୍ରୋଲ ପରିସରଭୁକ୍ତ କରାଯାଇପାରିଛି । ଏହିସବୁ ଆଦେଶନାମାକୁ କାର୍ଯ୍ୟକାରୀ କରିବା ଦ୍ୱାରା, ପ୍ରାୟ ୮୬- ୯-% ଷ୍ଟିଲ୍ ଏବଂ ଷ୍ଟିଲ୍ ଉତ୍ପାଦ ଯାହାକି ଦେଶର ବିଭିନ୍ନ କ୍ଷେତ୍ରରେ ଉପଯୋଗ ଓ ବ୍ୟବହାର କରାଯାଉଛି ତାହାୁ କ୍ୱାଲିଟି କଂଟ୍ରୋଲ ପରିସରଭୁକ୍ତ ହୋଇପାରିଛି ।

କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ ସ୍ଥିର କରାଯାଇଛି ଯେ ଟିଣ ଉତ୍ପାଦ (ଆଇଏସ: ୧୯୯୩),ଯାହାକି ଖାଦ୍ୟ, ଖାଦ୍ୟ ଏଡ଼ିଟିଭ୍, ଔଷଧ ଓ ଭେଷଜ କ୍ଷେତ୍ରରେ ବ୍ୟବହାର କରାଯାଉଛି ତାହା କ୍ୱାଲିଟି କଂଟ୍ରୋଲ ଅଧୀନକୁ ଆସିବା ବାଧ୍ୟତାମୂଳକ ଏବଂ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ ହୋଇଛି । ଟିଣ ପ୍ଲେଟ୍ ଅଧିକାଂଶତଃ ଖାଦ୍ୟ ପ୍ୟାକେଜିଂ ଓ ଖାଦ୍ୟ ଏଡ଼ିଟିଭ୍ , ଔଷଧ ଓ ଭେଷଜ ଓ ପାନୀୟ କ୍ଷେତ୍ର ତଥା ନନ୍-କ୍ରିଟିକାଲ ଓ ନନ୍-ଫୁଡ଼୍ ଆପ୍ଲିକେଶନ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ତେଣୁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପକ୍ଷଙ୍କ ସହ ପରାମର୍ଶକ୍ରମେ ତଥା ପର୍ଯ୍ୟାୟଭିତିକ ଭାବେ ଅବଶିଷ୍ଟ ଇସ୍ପାତ ଉତ୍ପାଦକୁ କ୍ୟୁସିଓ ପରିସରଭୁକ୍ତ କରାଯିବା ସକାଶେ ବିଚାର କରାଯାଉଛି ।

ଉପରୋକ୍ତ ବିଜ୍ଞପ୍ତିର ସର୍ତାବଳୀ ଅନୁସାରେ, ବିଜ୍ଞପିତ ଇସ୍ପାତ ଉତ୍ପାଦମାନଙ୍କରେ ବିଆଇଏସ ମାର୍କ ନଥାଇ ତାହା ଉତ୍ପାଦିତ, ବିକ୍ର,ବାଣିଜ୍ୟ କାରବାର, ଆମଦାନି କିମ୍ବା ଗଚ୍ଛିତ ରଖାଯାଇପାରିବନାହିଁ । ଏହି ସବୁ ଉତ୍ପାଦର ଘରୋଇ ଉତ୍ପାଦନକାରୀମାନେ ବିଆଇଏସ ସାଟିଫିକେଟ ମାର୍କ ଲାଇସେନ୍ସ ପାଇବା ସକାଶେ ଆବେଦନ କରିବେ । ସେହିଭଳି ଭାରତକୁ ଏଭଳି ସାମଗ୍ରୀ ରପ୍ତାନି କରିବାକୁ ଇଚ୍ଛୁକ ବିଦେଶୀ ଯୋଗାଣକାରୀମାନଙ୍କୁ ଏଭଳି ବିଆଇଏଓ ପଂଜୀକରଣ ହାସଲ କରିବାକୁ ହେବ ।

ଏହି ସାମଗ୍ରୀ ବିପୁଳ ମାତ୍ରାରେ ଉତ୍ପାଦନ ତଥା ଆମଦାନି କରାଯାଉଛି ଯାହାକି ନିମ୍ନ ମାନର ହୋଇଥାଇପାରେ ବୋଲି ଭାରତ ସରକାର ଚିନ୍ତିତ । ପୁଣି ଏହାକୁ ଗୁରୁତ୍ୱପୂର୍ଣ୍ଣ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଛି ଯାହାକି ଶକ୍ତି ପରିବଂଟନ, ମାନବ ସ୍ୱାସ୍ଥ୍ୟ ଓ ଭିତିଭୂମି ଓ ନିର୍ମାଣ ଭଳି ଅତି ଗୁୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହାର କରାଯାଉଛି । ତେଣୁ ଏହାର ଗୁଣାତ୍ମକ ମାନ ରକ୍ଷା ନିମନ୍ତେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

By amfnews

Related Post