Fri. Mar 6th, 2026

କ୍ୟାନ୍‌ସର ସହ ସଂଗ୍ରାମ କରି ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ସୋନାଲି ବେନ୍ଦ୍ରେ

325 Views

ମୁମ୍ବାଇ, ଡିସେମ୍ବର ୩: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଗତ ଛଅ ମାସ ହେବ ନ୍ୟୁୟର୍କରେ କ୍ୟାନ୍‌ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଗତକାଲି ସନ୍ଧ୍ୟାରେ ମୁମ୍ବାଇ ଫେରିଛନ୍ତି। ସୋନାଲି ବେନ୍ଦ୍ରେ ଯେତେବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଲେ,ସେତେବେଳେ ତାଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ।

ସୋନାଲି ମିଡ଼ିଆକୁ ଦେଖି ଭାବପ୍ରବଣ ହୋଇଥିଲେ। ସେ ଲଗାତର ଭାବେ ହାତ ଯୋଡି ଧନ୍ୟବାଦ ଜଣାଉଥିଲେ। ସେ ଆହୁରି ମଧ୍ୟ କହିଥିଲେ ‘ଧନ୍ୟବାଦ, ମୋତେ ମୋର ଫ୍ୟାନ୍‌ମାନେ ଏତେ ଭଲପାଇବା ଦେଇଛନ୍ତି ଯେ ସେମାନଙ୍କୁ କେବଳ ଧନ୍ୟବାଦ କହି ତାହାର ଭରଣା କରିପାରିବିନି।’ସୋନାଲିଙ୍କ ସ୍ୱାମୀ ତଥା ନିର୍ମାତା-ନର୍ଦ୍ଦେଶକ ଗୋଲଡି ବହଲ କହିଛନ୍ତି ଯେ ସୋନାଲି ଏବେ ଠିକ୍‌ ଅଛନ୍ତି। ତାଙ୍କର ସବୁ ଚିକିତ୍ସା ଶେଷ ହୋଇଛି।

କେବଳ ମଝିରେ ମଝିରେ ତ୍ୱଚା ପରୀକ୍ଷା ଓ ନିୟମିତ ଚେକ୍‌ଅପ୍‌ କରିବାକୁ ପଡ଼ିବ। କାରଣ କ୍ୟାନ୍‌ସର ଏଭଳି ଏକ ରୋଗ,ଯାହା ଫେରିଯିବାର ଆଶଙ୍କା ମଧ୍ୟ ରହିଛି। ସୋନାଲି ଜଣେ ଶକ୍ତିଶାଳୀ ମହିଳା ଓ ଆମେ ସମସ୍ତେ ତାଙ୍କ ସହ ଅଛୁ ବୋଲି ମଧ୍ୟ କହିଛନ୍ତି ଗୋଲଡି ବହଲ।

By amfnews

Related Post