Sun. Jun 8th, 2025

କୋଭିସିଲ୍ଡ ଟୀକା ପରେ କମିଲା କୋଭାକ୍ସିନ୍ ଦର

By amfnews Apr 30, 2021 #Featured
255 Views

ନୂଆଦିଲ୍ଲୀ, ଏପ୍ରିଲ ୨୯ : ଆଉ ଗୋଟିଏ ଦିନ ପରେ ପୁରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ ଟୀକାକରଣ କରାଯିବ । ଏହି ବିଶାଳ ଟୀକାକରଣ ପାଇଁ ରାଜ୍ୟ ମାନେ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଓଡ଼ିଶା ସରକାର ମଧ୍ୟ ଏଭଳି ମହାମାରୀ ସମୟରେ ପୁରା ରାଜ୍ୟ ବାସୀଙ୍କୁ ମାଗଣାରେ ଟୀକା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ।

ମାତ୍ର ଦୁଇଟି ଟୀକାର ଭିନ୍ନ ଭିନ୍ନ ଦର ହୋଇଥିବାରୁ ରାଜ୍ୟ ବାସୀଙ୍କୁ କେଉଁ ଟୀକା ଦିଆଯିବ ତାକୁ ନେଇ ଲୋକ ଦ୍ୱନ୍ଦ ରେ ରହିଥିବା ବେଳେ ଗତ କାଲି (ବୁଧବାର) ସେରମ ଇନଷ୍ଟିଟ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟୀକାର ଦର ହ୍ରାସ ପାଇଥିଲା । ଡୋଜ୍ ପିଛା ୪୦୦ ଟଙ୍କାରୁ ୩୦୦ ଟଙ୍କା କୁ ହ୍ରାସ ପାଇଥିଲା କୋଭିସିଲ୍ଡ ଟୀକା ଦର । 

ବର୍ତମାନ କୋଭାକ୍ସିନ୍ ଟୀକା ଦର ମଧ୍ୟ କମିଛି ବୋଲି ଟୀକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଡୋଜ୍ ପିଛା କୋଭାକ୍ସିନ୍ ଟୀକାର ଦର ରାଜ୍ୟ ସରକାର ମାନଙ୍କ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହାକୁ ୪୦୦ ଟଙ୍କାକୁ କମାଇ ଦିଆଯାଇଛି । ଏଣିକି ୪୦୦ ଟଙ୍କାରେ ରାଜ୍ୟ ସରକାର କୋଭାକ୍ସିନ୍ ଟୀକା କିଣିପାରିବେ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ କିନ୍ତୁ ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ଦର ଉଭୟ ଟୀକା ପ୍ରସ୍ତୁତ କାରୀ କମ୍ପାନୀ ହ୍ରାସ କରିନାହାନ୍ତି । ଘରୋଇ ହସ୍ପିଟାଲ ଗୁଡିକ ପୂର୍ବ ନିର୍ଦ୍ଧାରିତ ଦର ଅନୁଯାଇ କୋଭାକ୍ସିନ୍ ଓ କୋଭିସିଲ୍ଡ ଟୀକା କିଣି ପାରିବେ ।

By amfnews

Related Post