Sun. Mar 8th, 2026

କେବେ ଭାରତରେ ଲ୍ୟାଣ୍ଡ କରିବ ରାଫେଲ୍‌ ?

149 Views

ନୂଆଦିଲ୍ଲୀ  : ଅନେକ ବାଦ ବିବାଦ ପରେ ଶେଷରେ ଗତକାଲି ଭାରତକୁ ହସ୍ତାନ୍ତର କରାଯାଇଛି ଲଢ଼ୁଆ ବିମାନ ରାଫେଲ୍। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆନୁଷ୍ଠାନିକ ଭାବେ ରାଫେଲ୍ ବିମାନକୁ ଫ୍ରାନ୍ସଠାରୁ ଗ୍ରହଣ କରିଛନ୍ତି। ଆଜି ଫ୍ରାନ୍ସ ସରକାର ଏବଂ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଏଭିଏସନ ସହ ପ୍ରତିରକ୍ଷା ମନ୍ତ୍ରୀ ବୈଠକ କରିବେ।

ଗତକାଲି ରାଜନାଥ ସିଂହ ରାଫେଲ୍ ବିମାନ ଗ୍ରହଣ କରିଥିଲେ, କିନ୍ତୁ ତାହା ଏବେ ଭାରତ ଆସିବ ନାହିଁ। କାରଣ ରାଫେଲ୍ ବିମାନ ଉଡ଼ାଇବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏବେ ଭାରତୀୟ ବାୟୁସେନାର କିଛି ପାଇଲଟ୍ ରାଫେଲ୍ ବିମାନ ଉଡ଼ାଇବା ନେବା ପାଇଁ ଫ୍ରାନ୍ସରେ ଅଛନ୍ତି। ପୂର୍ବରୁ ବର୍ତ୍ତମାନର ବାୟୁସେନା ମୁଖ୍ୟ ରାକେଶ ଭଦୌରିଆ ରାଫେଲ୍ ବିମାନ ଉଡ଼ାଇବାର ପ୍ରଶିକ୍ଷଣ ନେଇସାରିଛନ୍ତି।

ସୂଚନାଯୋଗ୍ୟ, ଭାରତ ମୋଟ୍ ୩୬ଟି ରାଫେଲ ବିମାନ ଫ୍ରାନ୍ସଠୁ କିଣିବା ପାଇଁ ଅର୍ଡର କରିଛି। ଏଥିରୁ ୪ଟି ବିମାନ ପ୍ରଥମ କିସ୍ତିରେ ମେ’ ୨୦୨୦ ସୁଦ୍ଧା ଭାରତରେ ପହଞ୍ଚିବ। ଆଉ ୨୦୨୧ ଫେବୃଆରୀ ସୁଦ୍ଧା ଏହି ୪ଟି ଯୁଦ୍ଧ ବିମାନ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ସେହିଭଳି ପର୍ଯ୍ୟାୟ କ୍ରମେ ଫ୍ରାନ୍ସ ସମସ୍ତ ୩୬ଟି ଯାକ ବିମାନ ଭାରତକୁ ସେପ୍ଟେମ୍ୱର ୨୦୨୨ ସୁଦ୍ଧା ହସ୍ତାନ୍ତର କରିବା।  ଏହି ବିମାନ କିଣି ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି।

By amfnews

Related Post