Sun. Jun 8th, 2025

କେନ୍ଦୁଝର: ସାଙ୍ଗ ସହିତ ମିଶି ବାପାକୁ ହତ୍ୟାକଲା ପୁଅ

By amfnews Aug 22, 2018 #Featured
186 Views

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହର ବିଷମ ପରିଣତି ଦେଖିବାକୁ ମିଳିଛିଏହି ଗାଁରେ। ମାନବିକ ସମ୍ପର୍କକୁ ନଷ୍ଟ କରି ଜଣେ ପୁଅ ତାର ଜଣେ ସାଙ୍ଗ ସହିତ ମିଶି ଅତି ନିର୍ଦ୍ଦୟ ଭାବେ ତାର ବାପାଙ୍କୁ ହତ୍ୟା କରିଛି। ଗତ ମଙ୍ଗଳବାର ରାତିରେ ଏଡି ଘଟଣା ଘଟିଥିବା ସମ୍ପର୍କରେ ପୁଲିସ ସୂଚନା ପାଇ ଗୋହିଟାଙ୍ଗିରୀ ଗାଁରେ ପହଞ୍ଚି ଅଭିଯୁକ୍ତ ପୁଅ ଓ ତାର ସାଙ୍ଗକୁ ଗିରଫ କରିଛି। ଆଜି ସକାଳେ ପୁଲିସ ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରୀ ଗ୍ରାମର ରବି ନାୟକ(୪୫ ବର୍ଷ)ଙ୍କର ତାଙ୍କ ୨୦ ବର୍ଷ ପୁଅ ରସାନନ୍ଦ ନାୟକଙ୍କ ସହିତ ଘରୋଇ ସମସ୍ୟା ନେଇ ପାଟିତୁଣ୍ଡ ଲାଗିଥିଲା। ଗତକାଲି ରାତି ପ୍ରାୟ ୮ଟା ବେଳେ ରସାନନ୍ଦ ସେହି ଗ୍ରାମରେ ଥିବା ତାର ସାଙ୍ଗ ଦୁର୍ଲଭ ନାୟକ(୨୧ ବର୍ଷ) ସହିତ ମିଶି ମଦ ପିଇଥିଲେ। ମଦ ପିଇବା ପରେ ରସାନନ୍ଦ ଓ ଦୁର୍ଲଭ ରବିଙ୍କ ଘରେ ପହଞ୍ଚି ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଶେଷରେ ଏହି ପାଟିତୁଣ୍ଡ ଏତେ ଉଗ୍ର ରୂପ ନେଇଥିଲା ଯେ ରସାନନ୍ଦ ଓ ଦୁର୍ଲଭ ଠେଙ୍ଗାରେ ପିଟିପିଟି ରବିଙ୍କୁ ହତ୍ୟା କରିଥିଲେ।

By amfnews

Related Post