Tue. Jun 10th, 2025

କେଉଁଠି ଇନ୍ଦ୍ରପୁରୀ ତ କେଉଁଠି ପଦ୍ମାବତୀ ପ୍ୟାଲେସରେ ପୂଜା ପାଇବେ ମା’

By amfnews Oct 4, 2019 #Featured
202 Views

ଭୁବନେଶ୍ୱର : ଆଜି ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଆଜି ମହାଷଷ୍ଠୀରେ ବିଲ୍ୱବରଣ ପରେ ଆର୍ବିଭାବ ହେବେ ସ୍ୱୟଂ ଦଶଭୂଜା। ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ସରିଛି। ନୂଆ ରଙ୍ଗ, ରୂପରେ ସଜେଇ ହୋଇଛି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ। ସବୁ ବର୍ଷ ପରି ଚଳିତ ଥର ମଧ୍ୟ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମଣ୍ଡପ ନିର୍ମାଣ ହୋଇଛି।

ରସୁଲଗଡ, ନୟାପଲ୍ଲୀ, ଝାରପଡା, ବମିଖାଲ, ସହିଦନଗର ଭଳି ପୂଜା ମଣ୍ଡପରେ ସମସ୍ତ ପ୍ରସ୍ତୁତି ସରିଛି। ଏଥର ତୋରଣକୁ ନେଇ ଚର୍ଚ୍ଚାରେ ଅଛି ରସୁଲଗଡ ପୂଜା କମିଟି। ଇନ୍ଦ୍ରପୁରୀ ଡିଜାଇନର ତୋରଣ ଭିତରେ ଶୋଭା ପାଇବେ ମା’ ଦୁର୍ଗା। ୬୫ ଫୁଟ୍ ଉଚ୍ଚ ଏବଂ ୧୬୫ ମିଟର ଚଉଡାରେ ନିର୍ମିତ ଏହି ପୂଜା ମଣ୍ଡପରେ ଶୋଭା ପାଇବ ମା’ଙ୍କର ୧୭ ଫୁଟ ଉଚ୍ଚ ମୂର୍ତ୍ତି।

ନୟାପଲ୍ଲୀ ପୂଜା ମଣ୍ଡପର ଆକର୍ଷଣ ପଦ୍ମାବତୀ ପ୍ୟାଲେସ। ୧୨୦ ଫୁଟ୍ ଓସାର ଓ ୮୦ ଫୁଟ ଉଚ୍ଚର ତୋରଣ ନିର୍ମାଣ କରାଯାଇଛି। ଅନ୍ୟ ପୂଜାପଣ୍ଡପର ସାଜସଜା ମଧ୍ୟ ଆଖି ଝଲସାଇ ଦେବା ଭଳି ହୋଇଛି। ସେହିପରି ଦୁର୍ଗାପୂଜା ପାଇଁ କଟକ ସହର ଉଠୁଛି ପଡୁଛି। ଆକର୍ଷଣୀୟ ତୋରଣ ନିର୍ମାଣ ବି ଶେଷ ହୋଇଛି।

By amfnews

Related Post