99 Views
ଢେଙ୍କାନାଳ, ଡିସେମ୍ବର ୨୬ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରେ ଚାଷୀଙ୍କୁ ସମ୍ବୋଧନ କରିବା ସମୟରେ କହିଛନ୍ତି, କୃଷକଙ୍କୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାରେ ସଂସ୍କାର ଆଣିଛନ୍ତି । ଚାଷୀକୁ ଅମଳର ଉଚିତ୍ ମୂଲ୍ୟ ମିଳିବା ଦରକାର । କୃଷିକୁ ବ୍ୟବସାୟ ଭିତ୍ତିକ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଆରଏମସିଗୁଡିକ ଚାଷୀମାନଙ୍କୁ ସହଯୋଗ କରୁନାହାଁନ୍ତି । ମୁକ୍ତ ମାର୍କେଟର ବ୍ୟବସ୍ଥା କରିଛନ୍ତି ମୋଦି ସରକାର ।
ଚାଷୀର ଆମଦାନୀ ବଢାଇବାକୁ ଏହି କୃଷି ଆଇନରେ ସଂସ୍କାର ହୋଇଛି । ଠିକା ଚାଷରେ ମୂଲ୍ୟ ନିର୍ଦ୍ଧାରିତ କରିଥାଏ ଠିକାଦାର । କୃଷି ଉତ୍ପାଦିତ ଜିନିଷକୁ ଏଫପିଓରୁ ବଡ ବ୍ୟବସାୟୀ କିଣିପାରିବେ । ଚାଷୀ ତାର ଇଚ୍ଛା ମୁତାବକ ମୂଲ୍ୟ ନିର୍ଦ୍ଧାରିତ କରିବେ । ନୂଆ କୃଷି ଆଇନକୁ ନେଇ ଚାଷୀଙ୍କୁ ଭ୍ରମିତ କରାଯାଉଛି ।