Sat. Mar 7th, 2026
232 Views

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ବୁଲାଣି ରାସ୍ତାରେ ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗୁମାଗଡ଼ ଗାଁର ବୀରୁ କହଁର।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବୀରୁ ବାଇକ୍‌ରେ ଘରକୁ ଫେରୁଲେ। ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ବାଇକ୍‌ ସହ ସେ ରାସ୍ତା ତଳକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

By amfnews

Related Post