298 Views
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସୋମବାର କୁଟିଆ ଗସ୍ତ କରିଥିଲେ । କୁଟିଆକୁ ଯାଇ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କାର୍ଯ୍ୟ ସବୁର ସମୀକ୍ଷା କରିଥିଲେ । କୁଟିଆପୁଞ୍ଜର ବିକାଶ ପାଇଁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କି କୁଟିଆର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି, ତେଣୁ ରାଜ୍ୟ କଣ କରିବ ଓ କେନ୍ଦ୍ର କଣ କରିବ ତାହା ସ୍ଥିର କରିବାର ଅଛି । ଧର୍ମେନ୍ଦ୍ରଙ୍କ କୁଟିଆ ଗସ୍ତକୁ ଏକ ରାଜନୈତିକ ଯୋଜନା ବୋଲି କହିଛି ବିଜେଡି ଓ କଂଗ୍ରେସ ।