Sat. Nov 23rd, 2024

କାଶ୍ମୀର ବିବାଦର ସମାଧାନ ପାଇଁ ଇମରାନ ସରକାର ତତ୍ପର, ଆଗାମୀ ସପ୍ତାହରେ ଆସୁଛି ପ୍ରସ୍ତାବ

By amfnews Aug 28, 2018 #Featured
180 Views

ଲାହୋର, ଅଗଷ୍ଟ ୨୮:

ଇମରାନ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ସରକାର ଏପରି ଏକ ପ୍ରସ୍ତାବ ଉପରେ କାମ କରୁଛି ଯେଉଁଥିରେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ । ତାଙ୍କ ମନ୍ତ୍ରୀମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀ ଏନେଇ ଖୁଲାସା କରିଛନ୍ତି । ପାକିସ୍ତାନର ଏକ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ମନ୍ତ୍ରୀ ଶିରୀନ ମଜାରୀ ଏହା କହିଛନ୍ତି । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଏନେଇ ବିଧିବଧ ଘୋଷଣା ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଶିରୀନ କହିଛନ୍ତି କି, ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଏବଂ ଇମରାନଙ୍କ ସମୁଖରେ ରଖାଯିବ । ପ୍ରସ୍ତାବଟି ସୀମାରେ ହେଉଥିବା ସଙ୍ଘର୍ଷର ସମାଧାନ ନେଇ ଏକ ମଡେଲ ଉପରେ ଆଧାରିତ । ଖାନଙ୍କ ନେତୃତ୍ୱାଧିନ ସରକାର ଏହି ପ୍ରସ୍ତାବକୁ ସେହି ସମୟରେ ଆଣୁଛନ୍ତି ଯେଉଁ ସମୟରେ ପାକ ଭୂମିରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଉଛି ଏବଂ ଯାହାର ପ୍ରଭାବ ଭାରତ ଏବଂ ଆଫଗାନିସ୍ତାନ ଉପରେ ପଡୁଛି ।

ଇମରାନଙ୍କ ସରକାର ଭାରତ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ନେଇ ଅନେକ ଥର କହିଆସୁଥିବା ବେଳେ ସରକାରକୁ ଆସିବା ପରେ ଏନେଇ କୌଣସି କଥାବାର୍ତା କରିନାହାନ୍ତି । ଏହା ସହ ସୀମାରେ ଶାନ୍ତି ତଥା ଆତଙ୍କବାଦ ସମ୍ପର୍କରେ ନିରବତା ଅବଲମ୍ବନ କରୁଛି ଇମରାନଙ୍କ ସରକାର । ଆମେରିକା ମଧ୍ୟ ଆତଙ୍କବାଦ ବିରୋଧରେ ପାକିସ୍ତାନର କୋହଳ ମନୋଭାବକୁ ନେଇ ଅସନ୍ତୁଷ୍ଟ ରହିଛି ।

By amfnews

Related Post