380 Views
କାଳବୈଶାଖୀ ପ୍ରଭାବରେ ରାଜ୍ୟର ୧୭ଟି ଜିଲ୍ଲାରେ ବର୍ଷା ଓ ଝଡ ତୋଫାନ ଲାଗି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସୂଚନା ଅନୁଯାୟୀ ନୂଆପଡା, ବରଗଡ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଓ ମାଲକାନାଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ପ୍ରବଳ କୁଆପଥର ମାଡ ହେବାର ଆଶଙ୍କା କରାଯାଇଛି ।