Sun. Mar 8th, 2026

କାର ଦୁର୍ଘଟଣାରେ ଟେଲି ଦୁନିଆଁର ଲୋକପ୍ରିୟ ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ

191 Views

ମୁମ୍ବାଇ  : ଟେଲିଭିଜନ ଦୁନିଆଁର ଲୋକପ୍ରିୟ ଶିଶୁ କଳାକାର ଶିବ ଲେଖ ସିଂହ (୧୪)ଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାଯାଇଛି।
ଶିବଲେଖ କେତୋଟି ହିନ୍ଦୀ ମେଗା ଧାରାବାହିକରେ କାମ କରିଥିଲେ। ସେଗୁଡ଼ିକ ମଧ୍ୟରେ ‘ସଙ୍କଟମୋଚନ ହନୁମାନ’, ‘ବାଲବୀର’ ଓ ‘ଶଶୁରାଲ ସିମରା କା’ ତାଙ୍କୁ ଜନପ୍ରିୟତା ଆଣି ଦେଇଥିଲା। କିଛି ରିଆଲିଟି ସୋ’ରେ ବି ଅଂଶଗ୍ରହଣ କରି ସେ ପ୍ରଶଂସିତ ହୋଇଥିଲେ।

ଗତକାଲି ଅପରାହ୍ନ ୩ଟା ବେଳେ ଏକ କାରରେ ସେ ନିଜ ପିତାମାତାଙ୍କ ସହ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାକୁ ଛତିଶଗଡ଼ର ରାୟପୁରରୁ ବିଳାସପୁର ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଏଥିରେ ଶିବଲେଖ ସିଂହଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଛି।

ଅପରପକ୍ଷରେ କାରରେ ଥିବା ଶିବଲେଖଙ୍କ ପିତା ଶିବେନ୍ଦ୍ର ସିଂହ , ମାତା ଲେଖନା ଗୁରୁତର ଆହତ ହୋଇଛନ୍ତି। ରାୟପୁର ଏସପି ଆରିଫ ଶେଖଙ୍କ କହିବା ଅନୁଯାୟୀ ଅନ୍ୟଜଣେ ବ୍ୟକ୍ତି ନବୀନ ସିଂହ ବି ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।ତେବେ ଦୁର୍ଘଟଣା ପରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

By amfnews

Related Post