Thu. Jan 23rd, 2025

କାର୍ବନ କମ୍ପାନୀ ପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁକମ୍ପାକୁ ବିରୋଧ

By amfnews Dec 31, 2018 #Featured
305 Views

ରାଉରକେଲା, ୩୧ା୧୨  : ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ (ଆଇଏନ୍ ଟି ୟୁସି) ପକ୍ଷରୁ ସ୍ଥାନୀୟ ହୋଟେଲ ରାଧିକା ରିଜେନ୍ସି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିରେନ ସେନାପତି, ଆଇଏନ୍ଟିୟୁସିର ମୁଖପାତ୍ର କୈଳାସ ଚନ୍ଦ୍ର ସାହୁ, ଆଇଏନ୍ଟିୟୁସିର ଜିଲ୍ଲା ସଭାପତି ଅଜୟ ପାଇକରାୟ, ଆଇଏନ୍ଟିୟୁସି ଉପସଭାପତି ଆଶା ମିଞ୍ଜ, ଝାରସୁଗୁଡ଼ା ସଭାପତି ମେହନ୍ଦ୍ର କୁମାର ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ କୁଷ୍ଣଚନ୍ଦ୍ର ସାହୁ, ପିସିସି ସଦସ୍ୟ ରାମାନନ୍ଦ ଶ୍ରୀଚନ୍ଦନ, ଶ୍ରମିକ ନେତା ସନ୍ଦୀପ ଦେହୂରୀ, ଆରଏସ୍ପି ଶ୍ରମିକ ନେତା ନିହାର ଦାସ, ଧନଞ୍ଜୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ନେତୃବୃନ୍ଦ କାର୍ବନ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅହେତୁକ ଅନୁକମ୍ପା ପ୍ରଦର୍ଶନକୁ ନେଇ ତୀବ୍ର ବିରୋଧ କରିଛନ୍ତି ।

ଜଳ ଓ ବାୟୁ ପ୍ରଦୂଷଣ ସୁନ୍ଦରଗଡ଼ ଜିଲ୍ଲାର ସାଧାରଣ ଲୋକଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରଦୂଷଣ ବୋର୍ଡ଼ ଏଥିପ୍ରତି ଉଦାସୀନତା ଅବଲମ୍ବନ କରୁଥିବା ନେଇ ଯୁବ ଆଇଏନ୍ଟିୟୁସି ନେତୃବୃନ୍ଦ ଅଭିଯୋଗ କରିଛନ୍ତି । ଏହାର ଉଦାହରଣ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ର ବଲଣ୍ଡା ପଞ୍ଚାୟତର କେଡ଼ିଆ କାର୍ବନ କାରଖାନା । ବଲଣ୍ଡାବସୀ ଓ ଆଇଏନ୍ଟିୟୁସି ବାରମ୍ବାର ଦାବି କ୍ରମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏହି କାରଖାନା ଉପରେ ଚଢ଼ଉ କରି ବର୍ଜ୍ୟଜଳ ନମୁନା ପରୀକ୍ଷା କରି ସମ୍ପୃକ୍ତ କାରଖାନାକୁ ଗତ ୩ ତାରିଖରେ ସିଲ୍ କରିଥିଲା ।

କାରଖାନା ପ୍ରଦୂଷଣ ବୋର୍ଡ଼ର ସମସ୍ତ ନିୟମ ଉଲ୍ଲଘଂନ କରୁଥିଲେ ମଧ୍ୟ ଡିସେମ୍ବର ୨୨ ତାରିଖରେ ପୁଣି ଚାଲୁ କରିବା ପାଇଁ ଅନୁମତି କାହା ସ୍ୱାର୍ଥରେ ଅନୁମତି ଦିଆଗଲା ବୋଲି କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ସେନାପତି ପ୍ରଶ୍ନ କରିଛନ୍ତି । ଏହି କାରଖାନା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବୀର୍ଯ୍ୟଜଳ ସାଂଘାତିକ ଭାବେ ପ୍ରଦୂଷିତ ହୋଇ ରହୁଛି । ଅନ୍ୟ ପକ୍ଷରେ କାରଖାନାରୁ ନିର୍ଗତ ହେଉଥିବା ଦୁର୍ଗନ୍ଧ ଧୂଆଁ, ଧୂଳି ଓ ଜଳବାୟୁ ପ୍ରଦୂଷଣ ପାଇଁ କାରଖାନାକୁ ବନ୍ଦ ପାଇଁ ଗତ ଜୁଲାଇ ମାସ ୨୩ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଦାଲତରେ ଏକ ମାମଲା ରୁଜୁ କରାଯାଇଥିଲେ ହେ ଏହି ମାମଲାର କୌଣସି ବିଚାର ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

ଏସବୁ ସତ୍ତେ୍ୱ ସ୍ଥାନୀୟ ଅଞ୍ଚଳର କୌଣସି ବ୍ୟକ୍ତି କାରଖାନାରେ ନିଯୁକ୍ତି ପାଇନଥିବା ବେଳେ ଏ ଅଞ୍ଚଳ ପ୍ରତି କାରଖାନା ଅଭିଶାପ ପାଲିଟିଥିବା ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ କୁହାଯାଇଛି । ଯଦି ଭୂତଳ ଜଳର ବିନା ବିଶୋଧନରେ ପୁଣି ଜଳ ଓ ବାୟୁକୁ ପ୍ରଦୂଷିତ କରି କାରଖାନା ପୂର୍ବପରି ଚାଲୁରହେ ତେବେ ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଓ ସ୍ଥାନୀୟ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆୟୋଜିତ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

By amfnews

Related Post