ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୀଡ଼ିତା ଲେଖିଛନ୍ତି ଯେ, ସେହି ବ୍ୟକ୍ତି ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା । ପରେ ନିକାହ କରିବାକୁ କହିଥିଲା । ତାଲିବ ହୁସେନଙ୍କ ନାମ ଚର୍ଚ୍ଚାକୁ ଆସିଥିଲା, କାରଣ ସେ କାଠୁଆ ଆନ୍ଦୋଳନରେ ବହୁ ସକ୍ରିୟ ଥିଲେ ।
ପୀଡ଼ିତା ଲେଖିଛନ୍ତି, ଅଭିଯୁକ୍ତ ଯେତେବେଳେ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା, ବହୁ ବିରୋଧ କରିଥିଲି । ଘଟଣା ଦିନ ମୁଁ ତୀବ୍ର ବିରୋଧ କରିଥିଲି କିନ୍ତୁ ଶେଷରେ ହାରି ଯାଇଥିଲି । ମୋତେ ବହୁତ ଯନ୍ତ୍ରଣା ହୋଇଥିଲା । ସେ ଚିତ୍କାର କରି କହୁଥିଲା, ନୀରବ ରୁହ, ପରେ ସେ ମୋତେ ନିକାହ କରିବାକୁ କହିଥିଲା ।
କ’ଣ ଲେଖିଛନ୍ତି ପୀଡ଼ିତା
କାଠୁଆ ଦୁଷ୍କର୍ମ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା । ସେହି ସମୟରେ ଜମ୍ମୁ କଶ୍ମୀର ଆନ୍ଦୋଳନକାରୀ ସବୁଠାରୁ ଆଗରେ ଥିଲେ । ସେ ଅଭିଯୁକ୍ତଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଦେଶର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଭାଷଣବାଜି କରିଥିଲେ । ଜେଏନୟୁ, ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟକୁ ସେ ଭାଷଣ ଦେବାକୁ ଆସିଥିଲେ । ଜେଏନୟୁକୁ ମାର୍ଚ୍ଚ ୨୭ରେ ଆସି ଛାତ୍ରଛାତ୍ରୀଙ୍କ ସହିତ ମିଶି ଯାଇଥିଲେ । ଏପ୍ରିଲରେ ସେ ପୁଣି ଥରେ ଆସିଥିଲେ ।