Sun. Mar 8th, 2026

କଶ୍ମୀର ପ୍ରସଙ୍ଗରେ ଭାରତକୁ ଋଷିଆର ସମର୍ଥନ

223 Views

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ଭାରତକୁ ଋଷିଆ ସମର୍ଥନ କରିଛି। ଏହା ସମ୍ପୂର୍ଣ୍ଣ ରୂପେ ଭାରତର ଅନ୍ତରୀଣ ମାମଲା ବୋଲି ଭାରତରେ ଅବସ୍ଥାପିତ ଋଷିଆ ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍‌ ଆଜି କହିଛନ୍ତି। ଯାହା ବି ବିବାଦ ଦୁଇ ଦେଶ ମଧ୍ୟରେ ରହିଛି ତାହା ସିମଲ୍ ଓ ଲାହୋର ଚୁକ୍ତି ଅନୁୟାୟୀ ସମାଧାନ ହେବା ଦରକାର। ଭାରତ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଋଷିଆ ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଋଷିଆ ରାଷ୍ଟ୍ରଦୂତ ନିକୋଲେ କହିଛନ୍ତି।

ସେହିପରି ଭାରତରେ ଅବସ୍ଥାପିତ ଋଷିଆ ଦୂତବାସର ଉପ ପ୍ରମୁଖ ରୋମନ ବାବୁସକିନ କହିଛନ୍ତି ଭାରତ ପାକିସ୍ତାନ ବିବାଦ ମଧ୍ୟରେ ଋଷର କୌଣସି ଭୂମିକା ନାହିଁ। ନିକଟରେ ହୋଇଥିବା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମଧ୍ୟ କଶ୍ମୀର ଭାରତର ଅନ୍ତରୀଣ ମାମଲା ବୋଲି ଋଷିଆ କହିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, କଶ୍ମୀର ମାମଲା ଅନ୍ତରୀଣ ହୋଇଥିବା ବେଳେ ପାକିସ୍ତାନ କିନ୍ତୁ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଛି। ଚାଇନାକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ପାକିସ୍ତାନର ପ୍ରସ୍ତାବରେ ଏଯାବତ ରାଜି ହୋଇନାହାନ୍ତି। ପରିଣାମସ୍ୱରୂପ କଶ୍ମୀର ପ୍ରସଙ୍ଗରେ ଏବେ ପାକିସ୍ତାନ ଲଜ୍ଜିତ ହେଉଛି।

By amfnews

Related Post