Sat. Mar 7th, 2026

କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା

248 Views

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ବିକ୍ରିକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା ସୃଷ୍ଟି ହୋଇଛି।

ଟିକେଟ୍‌ ନ ମିଳିବାରୁ ଉତ୍ତ୍ୟକ୍ତ ଲୋକମାନେ ୯ ନମ୍ୱର ଗେଟ୍ ଟିକେଟ୍ କାଉଣ୍ଟର ଭଙ୍ଗାରୁଜା କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ୍‌ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ବିକ୍ରିକୁ ନେଇ ଟିକେଟ୍‌ କାଉଣ୍ଟରରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ମାତ୍ର ଟିକେଟ୍‌ କାଉଣ୍ଟରରେ ହଠାତ୍‌ ଟିକେଟ୍‌ ନମିଳିବା ନେଇ ନୋଟିସ୍‌ ଲଗା ଯିବା ପରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ଭଙ୍ଗାରୁଜା କରିଥିଲେ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ହକି ବିଶ୍ୱକପ୍ ଆରମ୍ଭ ହେବ।

By amfnews

Related Post