86 Views
ଭୁବନେଶ୍ବର : ବିଦ୍ୟାଳୟ ପରେ ଏବେ କଲେଜ ଓ ବିଶ୍ବବିଦ୍ୟାଳୟ ପାଳି। ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ତମାଖୁମୁକ୍ତ କରିବା ପାଇଁ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ। ବିଭାଗ ଅଧୀନରେ ଥିବା ସରକାରୀ ଓ ବେସରକାରୀ କଲେଜ, ବିଶ୍ବବିଦ୍ୟାଳୟର କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀମାନେ ଯଦି ମଦ୍ୟପାନ/ନିଶା ସେବନ କରି କ୍ୟାମ୍ପସକୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଇନ ଅନୁଯାୟୀ କ୍ୟାମ୍ପସ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ କରିବାକୁ କୁହାଯାଇଛି। କୋଟପା ଆଇନ-୨୦୦୩ ଅନୁଯାୟୀ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗାଇଡ୍ଲାଇନ୍ର ସଂଶୋଧନ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।