Sat. Mar 7th, 2026

କର୍ଣ୍ଣାଟକାରେ ବି ଲାଗୁ ହେବ ଏନ୍‌ଆରସି!

150 Views

ବେଙ୍ଗାଲୁରୁ : ଆସାମ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରେ ନ୍ୟାଶନାଲ ରେଜିଷ୍ଟର ସିଟିଜେନ୍ସ (ଏନ୍‌ଆରସି) ବିତର୍କ ଏବେ କର୍ଣ୍ଣାଟକାରେ ତୀବ୍ର ହୋଇଛି। ଏଠାରେ ମଧ୍ୟ ଏନ୍‌ଆରସି ଲାଗୁ କରିବାକୁ କ୍ଷମତାସୀନ ବିଜେପି ସରକାର ବଚାର କରୁଥିବା ଜଣାପଡ଼ିଛି। ଏକଥାକୁ ଖୋଦ୍‌ କର୍ଣ୍ଣାଟକା ଗୃହମନ୍ତ୍ରୀ ବସଭରାଜ ବୋମାନି ସ୍ୱୀକାର କରିଛନ୍ତି। ସେ ଏନ୍‌ଆରସି ବ୍ୟବସ୍ଥାକୁ ସମର୍ଥନ କରି କହିଛନ୍ତି, “ ସମଗ୍ର ଦେଶରେ ଏନ୍‌ଆରସିକୁ ନେଇ ବଡ଼ ବିତର୍କ ଚାଲିଛି। କର୍ଣ୍ଣାଟକା ଏମିତି ଏକ ରାଜ୍ୟ ଯେଉଁଠାରେ ସୀମାନ୍ତ ଅଞ୍ଚଳରୁ ଅନେକ ଲୋକ ଏଠାକୁ ଆସନ୍ତି।

ସେମାନେ ଦୀର୍ଘ ଦିନ ହେଲା ଏଠାରେ ରହି ନିଜର ଆଡ୍ଡା ଜମାଉଛନ୍ତି। ଆମେ ବର୍ତ୍ତମାନ ଏ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଛୁ। ଏହାପରେ ଆମେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବୁ।”

ଅନ୍ୟପକ୍ଷରେ କର୍ଣ୍ଣାଟକା ସରକାରଙ୍କ ଏଭଳି ଏନ୍‌ଆରସି ସପକ୍ଷରେ ମତାମତକୁ ବିରୋଧୀ ଦଳଗୁଡ଼ିକ ନାପସନ୍ଦ କରିଛନ୍ତି। କର୍ଣ୍ଣାଟକା ସରକାର ଏନ୍‌ଆରସି କଥା ଛାଡ଼ି ପ୍ରଥମେ ରାଜ୍ୟରେ ବନ୍ୟା କ୍ଷତିଗ୍ରସ୍ତକୁ ସହଯୋଗ କରନ୍ତୁ ବୋଲି ସେମାନେ କହିଛନ୍ତି। ଜେଡିଏସ୍‌ ମୁଖପାତ୍ର ତନବୀର ଅହମ୍ମଦ କହିଛନ୍ତି, “କର୍ଣ୍ଣାଟକା ଗୃହମନ୍ତ୍ରୀ ପ୍ରଥମେ ବନ୍ୟା ପୀଡ଼ିତଙ୍କ କଥା ଚିନ୍ତା କରିବା ଦରକାର। ଏନ୍‌ଆରସି ଏକ ଜାତୀୟ ପ୍ରସଙ୍ଗ। ତେଣୁ ଏଥିପାଇଁ ଜାତୀୟ ସ୍ତରରେ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିବା ଉଚିତ। ରାଜ୍ୟର ବିକାଶ କେମିତି ହୋଇପାରିବ, ସେକଥା କର୍ଣ୍ଣାଟକା ସରକାର ଚିନ୍ତା କରନ୍ତୁ।”

By amfnews

Related Post