Tue. Apr 22nd, 2025

କର୍କଟ ପୀଡ଼ିତଙ୍କ ଚିକିତ୍ସା ପାଇଁ ଡାକ୍ତର ସୃଷ୍ଟି କଲେ ଉଦାହରଣ

By amfnews Jan 29, 2019 #Featured
244 Views

ମୁମ୍ବାଇ: ବାବୁ ମୋସାୟ, ହମ୍‌ ସବ୍‌ ତୋ ରଙ୍ଗମଞ୍ଚ କି କଠପୁତଲିୟାଁ ହେ , ଜିସ୍‌କି ଡୋର୍‌ ଉପରବାଲେ କେ ହାଥ୍‌ମେ ହେ,କୌନ୍‌ କବ୍‌ କାହାଁ ଉଠେଗା, ୟେ ତୋ କୋଇ ନେହିଁ ଜାନ୍‌ତା…. ରାଜେଶ ଖାନ୍ନାଙ୍କର ଏହି ଦମ୍‌ଦାର ସଂଳାପ ତ ଭୁଲି ହେବ ନାହିଁ। ଏହା ଥିଲା ସୁପରହିଟ୍‌ ଫିଲ୍ମ ‘ଆନନ୍ଦ୍‌’ର ସଂଳାପ। ଏହି ଫିଲ୍ମ ଦ୍ୱାରା ପ୍ରେରିତ ହୋଇ ରାଜେଶ ଖାନ୍ନାଙ୍କର ଜଣେ ବଡ଼ ପ୍ରଶଂସକ ଡାକ୍ତର ବାସ୍ତବ ଜୀବନରେ ଏଭଳି ଏକ କାର୍ଯ୍ୟ କରି ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି।
ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳରେ ରହୁଥିବା ଗୌତମ କାଟେ ମୁଖ କର୍କଟରେ ପୀଡ଼ିତ ଥିଲେ।

ସେ ଆର୍ଥିକ ଦୁଃସ୍ଥିତି ନେଇ ଏହାର ଚିକିତ୍ସା ସମ୍ଭବ ନୁହେଁ ବୋଲି ଭାବିଥିଲେ। କିନ୍ତୁ ଚାରି ଜଣ ଡାକ୍ତର ତାଙ୍କ ପାଇଁ ଦେବଦୂତ ସାଜି ଆସିଲେ। ଏହି ଚାରି ଜଣ ଡାକ୍ତର ହେଲେ ଡାକ୍ତର ରାଜେଶ ବାଲନ୍ଦ, ଡାକ୍ତର ବିକାଶ ଅଗ୍ରଓ୍ଵାଲ, ଡାକ୍ତର ଜୟେଶ ରାନାଓ୍ଵତ୍‌ ଓ ଡାକ୍ତର ଅଗ୍ନୀଶ ପଟିୟାଲ୍‌ । ସେମାନେ ବାନ୍ଦ୍ରାରେ ରାଜେଶ ଖାନ୍ନା ଟ୍ରିବ୍ୟୁଟ୍‌ ସୋ’ର ଆୟୋଜନ କରିଥିଲେ ଓ ସୁପରଷ୍ଟାରଙ୍କର ବହୁ ହିଟ୍‌ ଗୀତ ବି ଗାଇଲେ। ଏହି ସୋ’ରେ ୭ ଶହ ଟିକେଟ୍‌ ବିକି ସେମାନେ ୧୨ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ଏହା ଛଡା ସେମାନଙ୍କୁ ଅନ୍ୟ ସାଙ୍ଗମାନେ ମଧ୍ୟ ୯ ଲକ୍ଷ ଟଙ୍କା ଦାନ କରିଥିଲେ। ସେହି ଅର୍ଥରେ ଏହି ଚାରି ଡାକ୍ତର କେବଳ ଗୌତମ ନୁହଁନ୍ତି ବରଂ ଅନ୍ୟ ୧୪ ଜଣ କର୍କଟ ରୋଗୀଙ୍କର ବି ଚିକିତ୍ସା କରିଛନ୍ତି।

By amfnews

Related Post