197 Views
ଭୁବନେଶ୍ବର, ଏପ୍ରିଲ ୧୪ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ ଖୋଲି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ସେହି କୋଭିଡ ହସ୍ପିଟାଲରେ ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ହେବ।
ସେହିପରି ଅନ୍ୟପଟେ ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟାକୁ ୨୫୦ ରୁ ୫୦୦ କୁ ବୃଦ୍ଧି କରାଯାଇଛି। ପଟିଆସ୍ଥିତ ୬୦ ଶଯ୍ୟା ଓ ଡୁମୁଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି।
ପୂର୍ବରୁ ୩ଟି ଓୟୋ ହୋଟେଲରେ ୪୦ଟି ଶଯ୍ୟା ବିଶିଷ୍ଟ ଦେୟ ଯୁକ୍ତ ସଂଗରୋଧ ଗୃହ କରାଯାଇଛି। ଆଜି ବାଣୀବିହାରରେ ଶତାଧିକ ଛାତ୍ର ଓ କର୍ମଚାରୀଙ୍କ ଟେଷ୍ଟିଂ କରାଯାଇଛି। ଆଜି ରିପୋର୍ଟ ଆସିବ। ଓୟୁଏଟିରେ ୪ନମ୍ବର ଛାତ୍ରାବାସରେ ୪ଜଣ ପଜିଟିଭ ଚିହ୍ନଟ ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି।