Sun. Mar 8th, 2026
189 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଜାରି ହୋଇଛି ୧୪୪ ଧାରା। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଶନିବାର ଇଂରାଜୀ ପରୀକ୍ଷା ବେଳେ ଅଭିଭାବକମାନେ ଖୁଲମଖୁଲା ସ୍କୁଲ କାନ୍ଥ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ। କେବଳ କଙ୍କଡ଼ାହାଡ଼ ନୁହେଁ ଜିଲ୍ଲାର ୮୩ଟି ପରୀକ୍ଷା ସେଣ୍ଟରରେ କଡାକଡ଼ି ଭାବେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

ଆଜି ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ଏହାକୁ ଆଖି ଆଗରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ।

By amfnews

Related Post