Sat. Mar 7th, 2026

କନ୍ଧମାଳ: ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ, ୨ ଆହତ

248 Views

କନ୍ଧମାଳ: ଆଜି ସକାଳେ ଫୁଲବାଣୀ- ଭୁବନେଶ୍ୱର ରାସ୍ତାର ଦୁତିପଡ଼ା ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବୋଳ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କନ୍‌ଦମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଅନ୍ତର୍ଗତ ଶଙ୍କରାଖୋଲ ଯୁକ୍ତ ୨ ଆୟ୍ଚଳିକ ମହାବିଦ୍ୟାଳୟର  ଅଧ୍ୟକ୍ଷ ସୁବାସ ପ୍ରଧାନ,  ଅନ୍ୟଜଣେ ଅଧ୍ୟାପକ ପ୍ରଦୀପ୍ତ ପ୍ରଧାନ ଓ କଲେଜର କିରାଣୀ କାଳୀଚରଣ ପ୍ରଧାନ ଭୁବନେଶ୍ୱର ଠାରେ ହୋଇଥିବା ଶିକ୍ଷକ,କର୍ମଚାରୀଙ୍କ ଆନ୍ଦୋଳନରେ ଯୋଗ ଦେବା ପାଇଁ ଆସିଥିଲେ। ସେମାନେ ଆଜି ଭୋରରୁ ଫେରୁଥିବା ବେଳେ କାରଟି ଦୁତିପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କାଳୀଚରଣ ପ୍ରଧାନଙ୍କର ମୃତ୍ୟୁ ଘଟିଥିବା ବେଳେ  ଅଧ୍ୟାପକ ପ୍ରଦୀପ୍ତ ପ୍ରଧାନ ଗୁରୁତର ଭାବେ ଆହତ ହୋଥିଲେ। ଅଧ୍ୟକ୍ଷ ସୁବାସ ପ୍ରଧାନ ସାମାନ୍ୟଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

By amfnews

Related Post