Thu. Apr 10th, 2025

କଟକ:ଟାଙ୍ଗି ଥାନା ହାଜତରେ ପତ୍ନୀହତ୍ୟା ଅଭିଯୁକ୍ତର ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ

By amfnews Aug 30, 2018 #Featured
208 Views

କଟକ: ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ପୁଲିସ ଦ୍ୱାରା ଗିରଫ ହାଇ ଟାଙ୍ଗିି ଥାନା ହାଜତରେ ଥିବା ଯୁବକ ଜଣକ ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଅଭିଯୁକ୍ତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋକୁଳପୁର ଉତ୍ତରସାହି ଗାଁର ବଳରାମ ନାୟକ ସେହି ଗ୍ରାମରେ ରହୁଥିଲେ ମଧ ନିଜ ଘରେ ରହୁ ନ ଥିଲେ। ପାରିବାରିକ କଳହରୁ ବଳରାମ ନିଜ ପତ୍ନୀ ଦମୟନ୍ତୀଙ୍କ ସହିତ ସେହି ଗାଁରେ ଘର ଭଡ଼ା ନେଇ ରହୁଥିଲେ। ତେବେ ଭଡ଼ା ଘରେ ଅଲଗା ରହିବା ପରେ ବଳରାମ ତାଙ୍କ ପତ୍ନୀ ଦମୟନ୍ତୀଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ଏପରିକି ଦମୟନ୍ତୀଙ୍କର ଭଡ଼ା ଘର ପାଖରେ ଜଣେ ବ୍ୟକ୍ତିଙ୍କ ସହିତ ପରକୀୟ ପ୍ରୀତିଥିଲା ବୋଲିି ସନ୍ଦେହ କରି ପ୍ରାୟତଃ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଗତ୨୭ ତାରିଖ ରାତିରେ ଏହି ଘଟଣାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବିଳମ୍ବିତ ରାତିରେ ବଳରାମ ପତ୍ନୀ ଦମୟନ୍ତ୍ରୀଙ୍କ ମୁଣ୍ଡକୁ ଘର ଭିତରେ ଥିବା ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲେ।

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବଳରାମ ଘର ଛାଡ଼ିି ଟାଙ୍ଗି ଥାନା ଜରପଡ଼ା ଗାଁରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଯାଇ ରାତିରେ ରହିଥଲେ। ଏହି ହତ୍ୟାକାଣ୍ଡ ସମ୍ପର୍କର୍ରେ ପଡୋଶୀଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଜରପଡ଼ା ଗ୍ରାମରୁ ବଳରମଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରୁଥିଲେ। ତେବେ ଆଜି ସକାଳେ ବଳାରାମ ହଠାତ ଏକ ଧାରୁଆ ଅସ୍ତ୍ର ଆଣି ନିଜ ତଣ୍ଟିକୁ କାଟି ଦେଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଟାଙ୍ଗି ଥାନା ପୁଲିସ ବଳରାମଙ୍କୁ ଆଣି କଟକ ଏସସିବି ମେଡ଼ିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି।

By amfnews

Related Post