290 Views
ଗୋରଖପୁର : ଗତ କିଛି ଦିନ ହେବ ମଧ୍ୟପ୍ରଦେଶରେ ରାଜନୈତିକ ନାଟକବାଜି ଆରମ୍ଭ ହୋଇଯାଇଛି । ବିଜେପିର ଦୁଇ ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ ଦଳ ବିରୋଧରେ ଯାଇ କଂଗ୍ରେସ ସହିତ ହାତ ମିଶାଇଛନ୍ତି । ଉଭୟ ବିଧାୟକ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ଅଧିକ ବିଶ୍ୱାସ କରିଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ନିକଟତର କମ୍ପ୍ୟୁଟର ବାବା ମଧ୍ୟ ଦାବି କରିଛନ୍ତି ଯେ, ବିଜେପିର ୪ ଜଣ ଅନ୍ୟ ବିଧାୟକ ମଧ୍ୟ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ସେ କହିଛନ୍ତି ଯେ ଏମାନଙ୍କର ଘରବାହୁଡ଼ା ହେବ।