Sat. Mar 7th, 2026

କଂଗ୍ରେସର ମିଶ୍ରଣ ପର୍ବରେ ୫ ଶହ ବିଜେଡି କର୍ମୀ ମିଶିଲେ।

191 Views

ମାଲକାନଗିରି, ନଭେମ୍ବର,୪: ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ମିଶ୍ରଣ ପର୍ବରେ ୫ ଶହରୁ ଉର୍ଦ୍ଧ୍ବ ବିଜେଡି କର୍ମକର୍ତ୍ତା ମିଶିଲେ।ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା।ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି,ପିସିସି ସମ୍ପାଦକ ଟୁନା ମହାପାତ୍ର ଏବଂ ପିସିସି ସାଧାରଣ ସମ୍ପାଦକ ହିମାଂଶୁ ଲିମା,ବିସ୍ମୟ ମହାପାତ୍ର ସମୁଖରେ ବିଜେଡିର ୫ ଶହ କର୍ମକର୍ତ୍ତା କଂଗ୍ରେସରେ ଯୋଗ ଦେଲେ।
ବିଜୁ ଜନତା ଦଳ ଶାସିତ ଓଡିଶା ସରକାରଙ୍କ ବିଭିନ୍ନ ବିଫଳତାକୁ ଆୟୁଧ କରି ଆଗାମୀ ୨୦୧୯ ସାଧାରଣ ନିର୍ବାଚନର ଆଶୁ ରଣକୌଶଳ ସମ୍ପର୍କରେ ଆଲୋଚନା କରିବା ସହ ସରକାରଙ୍କ ବିରୋଧ କରି ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ନେତୃବୃନ୍ଦ କହିଛନ୍ତି।
ଏହି ଅବସରରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ,ଆଦିବାସୀ ନେତା ମାଲା ମାଢି,ସରପଞ୍ଚ ଭୀମା ବାରସେ,ପେଣ୍ଡ୍ରା ପଣ୍ଡା,ମହିଳା ନେତ୍ରୀ କମଳା ବରାଳ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

By amfnews

Related Post