Wed. Dec 25th, 2024

ଓଡ଼ିଶାରେ ବାତ୍ୟାର ଆଶଙ୍କା ନାହିଁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା

By amfnews May 5, 2020 #Featured
185 Views

ଭୁବନେଶ୍ବର: ଓଡ଼ିଶାରେ ବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି । ଏନେଇ ସୂଚନା ଦେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏବେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ ।

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇନାହିଁ , କିଂବା ଆଗକୁ ଏହା ଘନୀଭୂତ ହେବାର ମଧ୍ୟ ଆଶଙ୍କା ନାହିଁ । ତେଣୁ ବଙ୍ଗୋପସାଗରରେ ଆସନ୍ତା ୭ ଦିନ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ। ଏଦୃଷ୍ଟିରୁ ଏବେ ଓଡ଼ିଶା ପାଇଁ କୌଣସି ବାତ୍ୟା ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି । ପାଣିପାଗ ନେଇ ଆଇଏମଡି ତୀକ୍ଷଣ ନଜର ରଖିଛି । ପାଗରେ କୌଣସି ପରିବର୍ତ୍ତନ ଆସିଲେ ଅବଗତ କରାଯିବ ବୋଲି ସେ କହିଛନ୍ତି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବେ ରହିଥିବା ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍। ତେବେ ଆଗରୁ ସୂଚନା ମିଳିଥିଲା କି, ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ବିଲୀନ ହୋଇପାରେ। ହେଲେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ସୃଷ୍ଟି ହୋଇଛି ଓ ଏହା ବର୍ତ୍ତମାନର ଲଘୁଚାପ ସହିତ ମିଶି ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ, ବାତ୍ୟା ରୂପ ନେଲେ, ଏହା କେତେ ଭୀଷଣ ରୂପ ଧାରଣ କରିବ, ସର୍ବୋପରି କେଉଁଠାରେ ସ୍ଥଳଭାଗକୁ ଛୁଇଁବ, ତାହା ଆସନ୍ତା ୭, ୯ ଓ ୧୧ ତାରିଖରେ ସ୍ପଷ୍ଟ ହେବ ବୋଲି ପୂର୍ବାନୁମାନ କରାଯାଉଛି। ବାତ୍ୟା ରୂପ ନେଲେ ଏହାର ନାମ ‘ଆମ୍ଫାନ’ ହେବ ବୋଲି କୁହାଯାଉଛି।

By amfnews

Related Post