Fri. Mar 6th, 2026

ଓ୍ଵାସିଂଟନ୍‌ ଡିସିରେ ଗୁଳିକାଣ୍ଡ; ଜଣେ ମୃତ, ୫ ଆହତ

325 Views

ଓ୍ଵାସିଂଟନ୍‌  : ଗୁରୁବାର ହ୍ଵାଇଟ୍‌ ହାଉସ୍‌ର ଅନତିଦୂର ଓ୍ଵାସିଂଟନ୍‌ ଡିସିରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି। ବିଳମ୍ବିତ ଗୁରୁବାର ଯାଏଁ ପୁଲିସ କାହାକୁ ଗିରଫ କରି ନ ଥିଲା କି, ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ କିଛି ଜାଣି ନ ଥିଲା ବୋଲି ମେଟ୍ରୋପଲିଟାନ୍‌ ପୁଲିସ କମାଣ୍ଡର୍‌ ଷ୍ଟୁଆର୍ଟ ଏମର୍‌ମ୍ୟାନ୍‌ କହିଛନ୍ତି। ସେ କହିଛନ୍ତି ଗୁଇନ୍ଦାମାନେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରା ପଚରି କରୁଛନ୍ତି ଓ କ୍ୟାମେରା ଫୁଟେଜ୍‌କୁ ଅପେକ୍ଷା କରିଛନ୍ତି।

ଗୁଳିକାଣ୍ଡରେ ସରବ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଏବଂ ପାଞ୍ଚଜଣ ପୁରୁଷ। ପାଞ୍ଚଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ଅଛି ଏବଂ ଅନ୍ୟମାନେ ସାଙ୍ଘାତିକରୁ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ କାହାରି ଜୀବନ ପ୍ରତି ବିପଦ ନାହିଁ ବୋଲି ଏମର୍‌ମ୍ୟାନ୍‌ କହିଛନ୍ତି।

ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ହ୍ଵାଇଟ୍‌ ହାଉସ୍‌ ଠାରୁ ତିନି କିଲୋମିଟର ଦୂର କଲମ୍ବିଆ ହାଇଟ୍‌ସ୍‌ ଆଖପାଖରେ ଗୁଳି ଚାଳନା ହୋଇଥିଲା। ଗୋଟିଏ ଆପାର୍ଟମେଣ୍ଟ୍‌ ବିଲ୍‌ଡିଙ୍ଗ୍‌ ପ୍ରାଙ୍ଗଣ ବାହାରେ ଘଟଣାଟି ଘଟିଥିଲା।

By amfnews

Related Post