65 Views
ରାୟଗଡ଼ା : ରାୟଗଡ଼ା ସହର ମଧ୍ୟରେ ଥିବା ଓଭରବ୍ରିଜ୍ ନିକଟରେ ଶୋଇଥିବା ଦୁଇ ଜଣ ବାଳକଙ୍କ ଉପରକୁ ଏକ ଅଜଣା ଗାଡ଼ି ମାଡି ଯିବାରୁ ସେମାନେ ଗୁରୁତର ହୋଇଛନ୍ତି। ଆହତଦ୍ୱୟ ହେଲେ ଅର୍ଜୁନ ଶବର(୧୨) ଓ ଶେଖର ଶବର (୧୪)। ସେମାନଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ। ସେମାନେ ଏଠାରେ ତାଙ୍କ ପରିବାର ସହ ଆସି ରଥଯାତ୍ରା ସମୟରେ ବୁଲିବିକି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି।
ଗତକାଲି ରାତିରେ ଅର୍ଜୁନ ଓ ଶେଖରଙ୍କ ପରିବାରର ୫ ଜଣ ଓଭରବ୍ରିଜ୍ ନିକଟରେ ଶୋଇଥିଲେ। ଏହି ମସୟରେ ଏକ ଅଜଣା ଗାଡ଼ି ଅର୍ଜୁନ ଓ ଶେଖରଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କ ପରିବାର ଲୋକେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ଡାକ୍ତରଖାନା ପକ୍ଷରୁ ପୁଲିସରେ ଖବର ଦିଆଯାଇଥିବା ଡାକ୍ତର କହିଛନ୍ତି।