148 Views
କଟକ : ମ୍ୟାଟ୍ରିକ ପରୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ପଡ଼ିଆ SSV ହାଇସ୍କୁଲର OMR ସିଟ୍ ହଜି ଯାଇଥିଲା। ୧୦୮ଟି ଓଏମ୍ଆର୍ ସିଟ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପରୀକ୍ଷା କମିଟିର ସୁପାରିଶ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ।
ଲିଖିତ ଉତ୍ତରକୁ ଦେଖି ସେହି ଅନୁସାରେ ମାର୍କ ଦିଆଯାଇଥିବା ଜଣାପଡ଼ିଛି। ସେପଟେ ୩ଟି ସ୍କୁଲ୍ରେ କପି ପାଇଁ ଇଂରାଜୀ ପରୀକ୍ଷା ସମୂହ ବାତିଲ ହୋଇଛି । ଇଂରାଜୀ ପରୀକ୍ଷା ବାତିଲ ହୋଇଥିବା ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ଦେବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର।