Fri. Jan 24th, 2025

ଓଏମଆର ଗାଏବ ହେବା ଘଟଣା, ଅନ୍ଧାରରେ ୧୦୮ ପିଲାଙ୍କ ଭାଗ୍ୟ, ନିଷ୍ପତ୍ତି ନେବ ବୋର୍ଡ

By amfnews Mar 6, 2019 #Featured
235 Views

କଟକ, ମାର୍ଚ୍ଚ ୦୬ : ଶିକ୍ଷା ବ୍ୟବସ୍ଥାରେ ଦାୟିତ୍ୱ ହୀନତା ପାଇଁ ଆଜି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ଉଜ୍ୱଳ ହେବା ବଦଳରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ମାଲକାନଗିରି ପଡିଆ ସ୍କୁଲରୁ ଓଏମଆର୍ ସିଟ୍ ଗାଏବ ହେବା ଘଟଣାରେ ଛାତ୍ରଛାତ୍ରୀମାନଙ୍କ ରେଜଲ୍ଟ ଆଶଙ୍କାରେ ରହିଛି । ଏହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ସେପଟେ ବୋର୍ଡ ସଂପାଦକ ଏହି ବିଷୟରେ କିଛି ବି ସ୍ପଷ୍ଟ ଉତ୍ତର ନ ରଖି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ପରୀକ୍ଷା କମିଟି ଉପରେ ଛାଡିଦେଇଛନ୍ତି । ବୋର୍ଡ ସଂପାଦକଙ୍କ କହିବା ଅନୁଯାୟୀ, ୧୦୮ ଜଣ ପିଲାଙ୍କ ପରୀକ୍ଷା ଫଳ ନିଷ୍ପତ୍ତି ପରୀକ୍ଷା କମିଟି ନେବ । ପରୀକ୍ଷା ସରିବାର ଅଳ୍ପଦିନ ମଧ୍ୟରେ ପରୀକ୍ଷା କମିଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ବୋର୍ଡ ସଂପାଦକ ।

ପୁଲିସ ଏହି ଘଟଣାର ତଦନ୍ତ କରି କାର‌୍ୟ୍ୟାନୁଷ୍ଠାନ ନେଇଛି । କିନ୍ତୁ ସବୁ ପରେ ବି ପ୍ରଶାସନ ତଥା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଭୁଲ କାହାର ଥାଉ ନା କାହିଁକି ଏହି ଅବ୍ୟବସ୍ଥା ଭିତରେ ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ଏବେ ଝୁଲନ୍ତା ଅବସ୍ଥାରେ ରହିଛି ।

By amfnews

Related Post