Fri. Mar 6th, 2026

ଏ ସପ୍ତାହ ଶେଷରେ କିମ୍‌ଙ୍କ ସହ କଥା ହୋଇ ପାରନ୍ତି ବୋଲି କହିଲେ ଟ୍ରମ୍ପ୍

236 Views

ନୂଆଦିଲ୍ଲୀ: ପ୍ରାୟ ତିନି ସପ୍ତାହ ପରେ କିମ୍ ‌ଜଙ୍ଗ୍ ଉନ୍ ସର୍ବସାଧାରଣଙ୍କ ଦୃଷ୍ଟିକୁ ଆସିଥିବା କଥା ଶନିବାର ଦିନ ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରକାଶ କରିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ କହିଛନ୍ତି ଯେ ଏ ସପ୍ତାହ ଶେଷ ବେଳକୁ ସେ ତାଙ୍କ ସହ କଥା ହୋଇପାରନ୍ତି।

ସାମ୍ବାଦିକମାନଙ୍କୁ ହ୍ବାଇଟ୍ ହାଉସ୍‌‌ ଦେଇଥିବା ଟ୍ରମ୍ପ୍‌ଙ୍କ ବକ୍ତବ୍ୟର ଏକ ଲିଖିତ କପିରେ ଉଲ୍ଲେଖ ଅଛି ଯେ ଉପଯୁକ୍ତ ସମୟରେ ଆମେ ଏ ସଂକ୍ରାନ୍ତ ଆପଣଙ୍କୁ କିଛି କହିବୁ। ସେ ସମ୍ପର୍କରେ ଅଧିକ କିଛି କହିବାକୁ ଟ୍ରମ୍ପ୍ ମନାକରି ଦେଇଥିଲେ। ଟ୍ରମ୍ପ୍ କହିଲେ ଯେ ଏ ସପ୍ତାହ ଶେଷକୁ ସେ କ୍ୟାମ୍ପ୍ ଡେଭିଡ୍ ଯିବେ। ସେଠାରେ ସେ କେତେକ ବୈଠକ କରିବେ ଏବଂ କେତେକ ବିଦେଶୀ ନେତାଙ୍କୁ ଫୋନ୍ କରିବେ।

ଏଠାରେ ପ୍ରକାଶଯୋଗ୍ୟ ଯେ ‌ମଇ ଦିବସରେ ‌କିମ୍ ଏକ ସାର କାରଖାନା ଉଦ୍‌ଘାଟନରେ ଉତ୍ସବରେ ଯୋଗ ଦେଇଥିଲେ। ପ୍ରାୟ ତିନି ସପ୍ତାହ ପରେ ଏହା ଥିଲା ସର୍ବସାଧାରଣ ସ୍ଥାନକୁ ବାହାରିବାରେ ତାଙ୍କର ପ୍ରଥମ ଦିନ।

By amfnews

Related Post