Sun. Mar 8th, 2026

ଏୟାର୍‌ ଇଣ୍ଡିଆର ପରିବହନ କର୍ମଚାରୀଙ୍କ ଧର୍ମଘଟ ଯୋଗଁ ମୁମ୍ବାଇ ଏୟାର୍‌ପୋର୍ଟରେ କେତେକ ବିମାନ ଉଡ଼ାଣ ବିଳମ୍ବ

213 Views

ମୁମ୍ବାଇ, ନଭେମ୍ବର ୮: ବୁଧବାର ରାତିରୁ ଏୟାର୍‌ ଇଣ୍ଡିଆ ଏୟାର୍‌ ଟ୍ରାନ୍‌ସ୍‌ପୋର୍ଟ ସର୍ଭିସ୍‌ ଲିମିଟେଡ୍‌ର ଚୁକ୍ତିଭିତ୍ତିକ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ମାନେ ଧର୍ମଘଟ ଚଳାଇଥିବାରୁ ଛତ୍ରପତି ଶିବାଜୀ ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ପୋର୍ଟରୁ ଗରୁବାର ସକାଳେ କେତେକ ବିମାନ ଉଡ଼ାଣରେ ବିଳମ୍ବ ଘଟିଛି।ଏୟାର୍‌ ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ସେମାନେ ପରିସ୍ଥିତିର ଆକଳନ କରୁଛନ୍ତି ଏବଂ ବିମାନ ଉଡ଼ାଣରେ ବିଳମ୍ବ ବା ବ୍ୟାଘାତକୁ ସର୍ବନିମ୍ନ କରିବାକୁ ଉଦ୍ୟମ କରୁଛନ୍ତି।

ଦୀପାବଳି ଉପଲକ୍ଷେ ବୋନସ୍‌ ମିଳି ନ ଥିବାରୁ ଏୟାର୍‌ ଇଣ୍ଡିଆର ପ୍ରାୟ ୪୦୦ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ ମୁମ୍ବାଇ ଏୟାର୍‌ପୋର୍ଟରେ ଧର୍ମଘଟ କରିଛନ୍ତି। ଏହି କର୍ମଚାରୀମାନେ ପାସେଞ୍ଜର୍‌ ଚେକ୍‌-ଇନ୍‌, ବ୍ୟାଗ୍‌ପତ୍ର ବୋଝେଇ କରିବା ଓ କାଢ଼ିବା, ମାଲପତ୍ର ବୋଝେଇ ଓ କାଢ଼ିବା ଏବଂ ବିମାନ ପରିସ୍କାର କରିବା ଆଦି କାମ କରନ୍ତି।ଧର୍ମଘଟ ଯୋଗୁଁ ରାତି ୧:୪୫ ଛାଡ଼ିବାକୁ ଥିବା ମୁମ୍ବାଇ-ବ୍ୟାଙ୍କଙ୍କ୍‌ ବିମାନ ଏଆଇ ୩୩୦ ଉଡ଼ାଣ ଆରମ୍ଭ କରି ପାରି ନ ଥିଲା। ତାହା ପ୍ରାୟ ୭ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ସକାଳ ୮:୧୮ରେ ଉଡ଼ାଣ ଆରମ୍ଭ କରିଥିଲା। ରାତି ୦୧:୩୦ ରେ ଛଡ଼ିବାକୁ ଥିବା ମୁମ୍ବାଇ-ନ୍ୟୁଓ୍ଵାର୍କ ଭୋର୍‌ ୦୪: ୦୮ରେ ଛାଡ଼ିଥିଲା।

By amfnews

Related Post