Sat. Mar 7th, 2026

ଏହି ଜଣାଶୁଣା ଆଇଟମ୍‌ ଗର୍ଲଙ୍କ ବିରୋଧରେ ୧୦ କୋଟିର ମାନହାନି ମକଦ୍ଦମା ଦାୟର କରିଲେ ତନୁଶ୍ରୀ ଦତ୍ତ

216 Views

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ଜଣାଶୁଣା ଆଇଟମ୍‌ ଗର୍ଲଙ୍କ ନାଆଁରେ ମାନହାନି ମକଦ୍ଦମା ଦାୟର କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ସେ ୧୦ କୋଟି ଟଙ୍କା ବି ଦାବି କରିଛନ୍ତି। ତନୁଶ୍ରୀ ଦତ୍ତ ଯେଉଁ ଜଣାଶୁଣା ଆଇଟମ୍‌ ଗର୍ଲଙ୍କ ବିରୋଧରେ ଏହି ମାନହାନି ମକଦ୍ଦମା କରିଛନ୍ତି ସେ ହେଲେ ରାଖୀ ସାଓ୍ଵନ୍ତ। ବଲିଉଡ୍ରେ ତନୁଶ୍ରୀ-ନାନା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଖୀ ସାଓ୍ଵନ୍ତ ନିଜର ପକ୍ଷ ରଖି କହିଥିଲେ ଯେ ତନୁଶ୍ରୀ ଡ୍ରଗସ ସେବନ କରୁଥିଲେ। ଏହା ତାଙ୍କର ମାନହାନି କରିଥିବା ଅଭିଯୋଗ କରିଛନ୍ତି ତନୁଶ୍ରୀ।

ରାଖୀ ସାଓ୍ଵନ୍ତ ଏକ ସାକ୍ଷାତକାର ଦେଇ ହର୍ଣ୍ଣ ଓକେ ପ୍ଲିଜ୍ର ସୁଟିଂ ସେଟ୍ରେ କ’ଣ ଘଟିଥିଲା ତାହା ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ, ତନୁଶ୍ରୀ ଯାହାବି ଅଭିନେତା ନାନା ପାଟେକରଙ୍କ ଉପରେ ଆରୋପ ଲଗାଇଛନ୍ତି ତାହା ସଂପୂର୍ଣ୍ଣ ମିଛ । କାରଣ ଯେତେବେଳେ ତନୁଶ୍ରୀ ନିଜ ଭ୍ୟାନିଟି ଭ୍ୟାନ୍ରୁ ନ ବାହାରି ୩ଘଣ୍ଟାରୁ ଅଧିକ ସମୟ ଭିତରେ ରହିଥିଲେ ନିର୍ଦ୍ଦେଶକ ମୋତେ ଫୋନ କରି ଗୀତ ସୁଟ୍ ପାଇଁ ଡ଼କାଇଥିଲେ ।

ମୁଁ ସେଟ୍ରେ ପହଞ୍ଚିବା ପରେ ସବୁ ଘଟଣା ବିଷୟରେ ଜାଣିଥିଲି । ତନୁଶ୍ରୀଙ୍କୁ ସମସ୍ତେ ଡାକୁଥିବା ବେଳେ ସେ କବାଟ ନ ଖୋଲି ଭିତରେ ରହିଥିଲେ । ପରେ ସେ ଡ୍ରଗ୍ସ ନେଇ ଭିତରେ ପଡ଼ି ରହିଥିବା ଜଣା ପଡ଼ିଥିଲା । କିନ୍ତୁ ଏ କଥା କିଏ ଜାଣିଲେ ତାଙ୍କ ଭାବମୂର୍ତ୍ତି ଖରାପ ହେବ ବୋଲି ଭାବି ସେ ନାନାଙ୍କ ଭଳି ଅଭିନେତାଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ ।

By amfnews

Related Post