Sun. Mar 8th, 2026

ଏବେ ଭାରତରେ ପୁଞ୍ଜି ବିନିଯୋଗ କରିବାର ସର୍ବୋତ୍ତମ ସମୟ : ମୋଦୀ

255 Views

ନୂଆଦିଲ୍ଲୀ: ଶନିବାର ଦିନ ବ୍ୟାଙ୍ଗ୍‌କକ୍‌ ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସମ୍ପ୍ରଦାୟଙ୍କୁ କହିଲେ ଯେ ଭାରତରେ ଅର୍ଥ ବିନିଯୋଗ କରିବାର ସର୍ବୋତ୍ତମ ସମୟ ଚାଲିଛି। ସେ ଆହୁରି କହିଲେ ଯେ ବିନିଯୋଗ ନିମନ୍ତେ ନୂଆ ଦିଲ୍ଳୀ ହେଉଛି ଅନ୍ୟତମ ପ୍ରକୃଷ୍ଟ ସ୍ଥଳୀ।

ପ୍ରଧାନମନ୍ତ୍ରୀ କହିଲେ ଅନାୟାସରେ ବାଣିଜ୍ୟ କରିବା ଲକ୍ଷ୍ୟ ନେଇ ବ୍ୟବସ୍ଥାରେ ନିରବଚ୍ଛିନ୍ନ ଉନ୍ନତି ଆଣୁଥିବା ବାଣିଜ୍ୟ ସମ୍ପ୍ରଦାୟଙ୍କୁ ଭାରତ ବାହୁ ମେଲାଇ ସ୍ୱାଗତ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ତିନିଦିନିଆ ଥାଇଲାଣ୍ଡ୍‌ ଗସ୍ତରେ ଅଛନ୍ତି। ସେଠାରେ ମଧ୍ୟ ସେ ଆଜି ଆସିଆନ୍‌ ଶିଖର ବୈଠକରେ ଯୋଗ ଦେବେ।

ମୋଦୀ କହିଲେ: ଭାରତ ଆସିବାକୁ ଏହା ହିଁ ପ୍ରକୃଷ୍ଟ ସମୟ। କେତେକର ଉତ୍ଥାନ ଘଟୁଥିବା ବେଳେ ଅନ୍ୟ କେତେକ ପତ୍ତନ ଘଟୁଛି। ସୁରୁଖୁରୁରେ ବାଣିଜ୍ୟ କରିବା, ଆରମରେ ବଞ୍ଚିବା, ଏଫ୍‌ଡିଆଇ, ଫରେଷ୍ଟ କଭର୍‌, ପେଟେଣ୍ଟ୍‌, ଉତ୍ପାଦନକ୍ଷମତା ଓ ଭିତ୍ତିଭୂମୀର ଉତ୍ଥାନ ଘଟୁଛି। ଟିକସ, ଟିକସ ହାର, ଅଧିକାରୀଙ୍କ କଟକଣା, ଦୁର୍ନୀତି ଓ ପରିବାରବାଦର ପତ୍ତନ ଘଟୁଛି।

By amfnews

Related Post