Sun. Mar 8th, 2026

ଏନ୍‌କାଉଣ୍ଟର ପରେ ବି ଥମୁନି ଅପରାଧ, ବନ୍ଧୁକରେ ଛେଚି ଲୁଟ୍‌

153 Views

ଭୁବନେଶ୍ୱର : ଲଗାତାର ଏନ୍‌କାଉଣ୍ଟର୍‌ କରି ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆହତ କରିବା ପରେ ମଧ୍ୟ ରାଜଧାନୀରେ ଅପରାଧ ଥମିବା ନାଁ ଧରୁନି। ଗତ ବିଳମ୍ବିତ ରାତିରେ ଜୟଦେବ ବିହାର-ପଟିଆ ରାସ୍ତାର ହୋଟେଲ ମେ’ ଫେୟାର ଛକ ନିକଟରେ ୩ ଦୁର୍ବୃତ୍ତ ଜଣେ କାର୍‌ ଚାଳକଙ୍କୁ ବନ୍ଧୁକରେ ଛେଚି ଲୁଟ୍‌ କରିଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ, ହୋଟେଲ ମେ’ ଫେୟାର ନିକଟ ଏକ ଫ୍ଲାଟ୍‌ରେ ରହୁଥିବା ଅଶୋକ ମଜୁମ୍‌ଦାର। ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍‌, ସୁନା ଚେନ୍‌ ଛଡ଼ାଇ ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣ‌ରେ ଅଶୋକଙ୍କ ମୁହଁ‌‌ରେ ଗଭୀର କ୍ଷତ ହୋଇଛି। ନୂଆପଲ୍ଲୀ ଥାନା ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛି। ଅପରପକ୍ଷେ ଚୋରି ମୋବାଇଲ୍‌କୁ ଟ୍ରାକ୍‌ କରି ପୁଲିସ ଆଜି ୩ଜଣ ସଂଦିଗ୍ଧଙ୍କୁ ଉଠାଇ ଆଣି ଅଟକ ରଖିଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା ଚାଲିଛି। ତେବେ ବନ୍ଧୁକ ନୁହେଁ, କାଠ ଫାଳିଆରେ ସେମାନେ ଅଶୋକଙ୍କୁ ଆକ୍ରମଣ କରିଥିଲେ ବୋଲି ପୁଲିସ କହିଛି।

ସୂଚନା ମୁତାବକ, ଗତ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଅଶୋକ କାମ ସାରି ନିଜ କାର୍‌ରେ ଘରକୁ ଫେରୁଥିବା ବେଳେ ମେ’ ଫେୟାର ଛକ ନିକଟରେ ୩ଜଣ ଯୁବକ ଏକ ବାଇକ୍‌ରେ ଆସି କାର୍‌ର ପଥ ଅବରୋଧ କରିଥିଲେ। ପଛରେ ବସିଥିବା ଦୁଇ ଦୁର୍ବୃତ୍ତ ଅଶୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍‌ ଚାବି ନେଇଯିବା ସହ ସୁନାଚେନ୍‌ ଝାମ୍ପିବାକୁ ଉଦ୍ୟମ କରିଥିଲେ। ଅଶୋକ ପ୍ରତିରୋଧ କରିବାରୁ ସେମାନେ ବନ୍ଧୁକ ପଛରେ ଅଶୋକଙ୍କ ମୁହଁକୁ ଆକ୍ରମଣ କରିଥିଲେ।

By amfnews

Related Post