Sat. Mar 7th, 2026

ଏନ୍‌କାଉଣ୍ଟରରେ ଅପରାଧି ଆହତ

258 Views

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଆସ୍କା ପୁଲିସର ଏନ୍‌କାଉଣ୍ଟରରେ ଜଣେ ଅପରାଧି ଆହତ ହୋଇଛି। ଆହତ ଅପରାଧିର ନାମ ଗୁରୁପ୍ରସାଦ ସ୍ୱାଇଁ। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗୁରୁପ୍ରସାଦ ସ୍ୱାଇଁ ଓ ତାର ଜଣେ ସହଯୋଗୀ ବଟି ଆଦାୟ ପାଇଁ ଏକ ମଟରସାଇକେଲରେ ବରଗାଁ ନିକଟରେ ରବିବାର ଭୋର୍‌ ୪ଟା ସମୟରେ ପଇଁତରା ମାରୁଥିବା ଖବର ପାଇଁ ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ଏହି ଅପରାଧିଦ୍ୱୟ ସେଠାରୁ ପଳାଇ ଯିବାକୁ ଉଦ୍ୟମ କରୁଥିଲେ। ମାତ୍ର ପୁଲିସ ସେମାନଙ୍କୁ ପିଛା କରିବାରୁ ଦୁହେଁ ପଇଲିପାହାଡ ନିକଟସ୍ଥ ଜଙ୍ଗଲରେ ପଶି ଯାଇଥିଲେ। ତଥାପି ପୁଲିସ ସେମାନଙ୍କୁ ଗୋଡ଼ାଇବାରୁ ଉଭୟ ଅପରାଧି ପୁଲିସ ଉପରକୁ ବୋମା ନିକ୍ଷେପ କରିଥିଲେ। ଏହାର ଜବାବରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।

ଅପରାଧି ଗୁରୁପ୍ରସାଦ ସ୍ୱାଇଁର ବାମ ଗୋଡ଼ରେ ଗୁଳି ବାଜିବାରୁ ଆହତ ଅବସ୍ଥାରେ ସେ ମୋଟରସାଇକଲରୁ ଖସି ପଡିଥିଲା। ତାର ସହଯୋଗୀ ବାଲୁଗୋପାଳ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା। ଆହତ ଗୁରୁପ୍ରସାଦକୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତା ନିକଟରୁ ଗୋଟିଏ ବନ୍ଧୁକ ସହ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି। ତା’ ନାମରେ ହତ୍ୟା, ଡକାୟତି ଭଳି ୧୩ଟି ମାମଲା ରହିଛି। ଏହି ଏନ୍‌କାଉଣ୍ଟର ସମୟରେ ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

By amfnews

Related Post