Fri. Dec 27th, 2024

ଏକ କୋଟି ଷାଠିଏ ଲକ୍ଷ ବ୍ୟୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ

By amfnews Nov 14, 2018 #Featured
152 Views

ରାଉରକେଲା, ୧୪ା୧୧ : ରାଉରକେଲା ଜନତାଙ୍କ ଅନୁରୋଧକ୍ରମେ ବିଧାୟକ ଦିଲ୍ଲୀପ ରାୟ ବିଧାୟକ ପାଣ୍ଠିରୁ ଏକ କୋଟି ଷାଠିଏ ଲକ୍ଷ ବ୍ୟୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଛେଣ୍ଡ ଠାରେ ବ୍ରାଇଟ୍ଲେନ ୱେଲଫେୟାର କମିଟିର ଗଣେଶ ପଜା ମଣ୍ଡପ ପାଇଁ ୫ ଲକ୍ଷ, ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ଶ୍ରେଣୀ କକ୍ଷ ପାଇଁ ୫ ଲକ୍ଷ, ଦେବ ବିହାର ଜଗନ୍ନାଥ ମନ୍ଦିର ମଣ୍ଡପ ପାଇଁ ୧୦ ଲକ୍ଷ, ଲକ୍ଷ୍ମୀବରାହ ମନ୍ଦିର ପାଇଁ ୫ ଲକ୍ଷ, ୱାର୍ଡ ନଂ.୧ ପାଇଁ ଟାୱାର ଚର୍ଚ୍ଚ ସଭାଗୃହ ପାଇଁ ୩ ଲକ୍ଷ, ପ୍ରଧାନପାଲୀ ମହିଳା ସମିତି ଗୃହ ପାଇଁ ୩ ଲକ୍ଷ, ପାନପୋଷ ନୁର ମସଜିତ ସଭାଗୃହ ପାଇଁ ୧୦ ଲକ୍ଷ, ଲେବର ଟେନାମେଣ୍ଟ ଆଦିବାସୀ କ୍ଲବ୍ ପାଇଁ ୫ ଲକ୍ଷ, ବାସନ୍ତୀ କଲୋନୀ ଆଳିୟ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ମଣ୍ଡପ ପାଇଁ ୫ ଲକ୍ଷ, ଛତିଶଗଡ ବାସୀ ବସବାସ କରୁଥିବା ୱାର୍ଡ ନଂ.୯ରେ ଡାବରପଡା କ୍ଲବ୍ ପାଇଁ ୫ ଲକ୍ଷ,

ମାଲଗୋଦାମ ଊର୍ଦ୍ଦୁ ସ୍କୁଲ ଗୃହ ପାଇଁ ୫ ଲକ୍ଷ, ୱାର୍ଡ ନଂ.୧୧ ମଧୁସୂଦନପାଲୀ ଶିବ ମନ୍ଦିର ପାଇଁ ୩ ଲକ୍ଷ, ଟିମ୍ବର କଲୋନୀ ଜଗନ୍ନାଥ ମନ୍ଦିର ପାଇଁ ୩ ଲକ୍ଷ, ନୂଆ ବଜାର ପାଇଁ କାଳିମନ୍ଦିର ପାଇଁ ୫ ଲକ୍ଷ, ମୃତ୍ୟୁଞ୍ଜୟ ମନ୍ଦିର ନୟା ବଜାର ପାଇଁ ୩ ଲକ୍ଷ, ଏ ବ୍ଲକ୍ ନୟାବଜାର ଦୁର୍ଗାପୂଜା ମଣ୍ଡପ ପାଇଁ ୫ ଲକ୍ଷ, ଗାନ୍ଧୀରୋଡ ମହିଳା ସମିତି ପାଇଁ ୩ ଲକ୍ଷ, କୋଏଲ ନଗର ଆର୍ଏସ୍ପି ରିଟାଏଡ ଆସୋସିଏସନ ଠାରେ ଯୋଗ ମଣ୍ଡପ ପାଇଁ ୫ ଲକ୍ଷ, ଡି ବ୍ଲକ୍ କାଳିମନ୍ଦିର ତୋରଣମଣ୍ଡପ ପାଇଁ ୫ ଲକ୍ଷ, ଜଗଦା ସାଂସ୍କୃତିକ ପରିଷଦ କଲ୍ୟାଣ ମଣ୍ଡପ ପାଇଁ ୫ ଲକ୍ଷ, ଜଗଦା ସ୍ଥିତ ନବଜୀବନ ମଣ୍ଡଳ ଗୃହ ପାଇଁ ୧୦ ଲକ୍ଷ, ବାସନ୍ତୀ କଲୋନୀ ଜଗନ୍ନାଥ ମନ୍ଦିର ମଣ୍ଡପ ପାଇଁ ୫ ଲକ୍ଷ, ଉଦିତନଗର ଲକ୍ଷ୍ମୀମଣ୍ଡପ ପାଇଁ ୩ ଲକ୍ଷ,

ଶାନ୍ତି କଲୋନୀ ଯୁବକ ସଂଘ, ଓରାମପଡା ପାଇଁ ୫ ଲକ୍ଷ ତଥା ହନୁମାନ ମନ୍ଦିର ପାଇଁ ୫ ଲକ୍ଷ, ଡିଜେଲ କଲୋନୀ ଲକ୍ଷ୍ମୀ ମନ୍ଦିର ପାଇଁ ୫ ଲକ୍ଷ, ଡିଜେଲ କଲୋନୀ ମହିଳା ସମିତି ଗୃହ ପାଇଁ ୩ ଲକ୍ଷ ଓ ରାଜୀବ ଗାନ୍ଧୀ ୟୁଥ୍ କ୍ଲବ୍ ସମ୍ପ୍ରସାରଣ ପାଇଁ ୩ ଲକ୍ଷ, ନେପାଳୀ ବସ୍ତି ବଜରଙ୍ଗବାଲି ମନ୍ଦିର ପାଇଁ ୩ ଲକ୍ଷ, ମାତା ମନ୍ଦିର ପାଇଁ ୫ ଲକ୍ଷ, ଡି କେବିନ ହନୁମାନ ମନ୍ଦିର ପାଇଁ ୩ ଲକ୍ଷ, ବନ୍ଧମୁଣ୍ଡା ଉକ୍ରଳ ବାହିନୀ ଗୃହ ପାଇଁ ୫ ଲକ୍ଷ, ପୁରୁଣା ବସ୍ ଷ୍ଟାଣ୍ଡ ଦୁର୍ଗାପୂଜା ମଣ୍ଡପ ଓ ଟେମ୍ପୋ ଷ୍ଟାଣ୍ଡ ପାଇଁ ୨ ଲକ୍ଷ ଓ ୧.୫ ଲକ୍ଷ, ନାଲାରୋଡ ଠାରେ ଇମାମବାରା ପାଇଁ ୩ ଲକ୍ଷ, ଜେଲ ରୋଡ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ମଠଠାରେ ୫ ଲକ୍ଷ ବ୍ୟୟରେ ପ୍ରାର୍ଥନା ଗୃହ ପାଇଁ ଶ୍ରୀ ରାୟ ନଡିଆ ଭାଙ୍ଗି, ପୂଜାର୍ଚ୍ଚନା କରି କାର୍ଯ୍ୟାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମରେ ହରିହର ରାଉତରାୟ, ରମେଶ ବଳ, ରସିଦ ଅସଲମ, ନିରାକାର ଲେଙ୍କା, ରଣଜିତ ନାୟକ, କିଶୁନ ସାହୁ, ଧିରେନ ସେନାପତି, ଅମ୍ବୁଜ ସାହୁ, କାଳନ୍ଦୀ ବଡଜେନା, ବୁଲୁ ମହାନ୍ତି, ଅକ୍ଷୟ ପରିଡା, ବରୁଣ ମାଝି, ଅବଦୁଲ ରବ, ପାର୍ଥସାରଥି ଦାସ, ରମେଶ ମୁଣ୍ଡାରୀ, ପ୍ରମିଳା ଦାଶ, ପ୍ରମିଳା ସୁନା, ସୁବାଷ ପଣ୍ଡା, କୈଳାସ ରାଉତ, ଧିର ଦାସ, ବେନି ସିଂ, ବସନ୍ତ ପ୍ରଧାନ, ସମର ତନ୍ତୀ, କୈଳାସ ରାଉତ, କେ.ଏନ୍. ଚୌବେ, ଜେଣ୍ଟଲ ପରିଡା, ଅବିନାଶ ଜେନା, ପ୍ରିନ୍ସ ଦାସ, ସବିତା ଖାତୁନ, ମନୋଜ ପ୍ରଧାନ, ମାଣିକ ଚୌଧୁରୀ, ବାବୁଲ ରାଓ, ଲୋକନାଥ ପାତ୍ର, ଶମ୍ଭୁ ଦାସ, ଦିନାନାଥ, ସାଧୁ ରାଓ, କେ.ସି. ନାଥ, ଜି.ସି. ପଟ୍ଟନାୟକ, ଟୁକୁ ଗୌସ୍ୱାମୀ, ଅନୀଲ ପଟ୍ଟନାୟକ, କମ୍ଭୁ ପ୍ରସାଦ, ଏମ୍.ଜି. ରକିବ, ଏମଡି ପରୱେଜ, ଅଭିରାମ ମହାନ୍ତି, ସୁମିତ୍ରା ଲୋହାର, ପବନ ଜଲାନ, ଛଗନ ଜୟସ୍ୱାଲ, ରମାକାନ୍ତ ସିଂ, ଭୁଗୋଳ ପାତ୍ର, ନୀଳ ପରିଡା, ପ୍ରଭା ଫର୍ଣ୍ଣାଣ୍ଡେଜ, ଆକବର ଖାଁ ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post