Sat. Mar 7th, 2026

ଉପାସନାସ୍ଥଳରେ ପ୍ରଚାର କର ନାହିଁ: ରାଜନୈତିକ ଦଳ ଓ ଧାର୍ମିକ ନେତାମାନଙ୍କୁ କହିଲେ ନିର୍ବାଚନ କମିସନ

309 Views

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଉପାସନା ସ୍ଥଳକୁ ପ୍ରଚାର ଲାଗି ବ୍ୟବହାର କରିବାରୁ ନିବୃତ ରହିବାକୁ ମଙ୍ଗଳବାର ଦିନ ନିର୍ବାଚନ କମିସନ ରାଜନୈତିକ ଦଳ ଓ ଧାର୍ମିକ ନେତାମାନଙ୍କୁ କହିଛନ୍ତି। ଏହା ଛଡ଼ା ଭିନ୍ନ ଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପରେ ନ ମାତିବାକୁ ମଧ୍ୟ ସେମାନଙ୍କୁ ନିର୍ବାଚନ କମିସନ୍‌ କହିଛନ୍ତି।

ନିର୍ବାଚନ ସମୟରେ ଧର୍ମ ଆଧାରରେ ଭୋଟର୍‌ମାନଙ୍କୁ ବିଭକ୍ତ କରିବାକୁ ମସ୍‌ଜିଦ୍‌ଗୁଡ଼ିକରେ ସ୍ୱତନ୍ତ୍ର ଅବ୍‌ଜର୍‌ଭର୍‌ ନିଯୁକ୍ତ କରିବାକୁ ବିଜେପି ଅନୁରୋଧ କରିବାର ଦିନକ ପରେ ନିର୍ବାଚନ କମିସନ୍‌ ଏ ଭଳି ନିର୍ଦେଶ ଦେଇଛନ୍ତି।ଦିଲ୍ଲୀ ଚିଫ୍‌ ଇଲେକ୍ଟୋରାଲ୍‌ ଅଫିସର୍‌ ଦେଇଥିବା ବିବୃତିରେ କହିଛନ୍ତି: ଆଦର୍ଶ ଆଚରଣବିଧି ଅନୁସାରେ, ନିର୍ବଚାନ ପ୍ରଚାର ଅଭିଯାନ ସମୟରେ ଜାତି ଓ ଧର୍ମର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ।

ରହିଥିବା ମତପାର୍ଥକ୍ୟକୁ ବଢ଼ାଇବା ଭଳି କିଂବା ଭିନ୍ନ ଭିନ୍ନ ଜାତି କିଂବା ସମ୍ପ୍ରଦାୟ, ଧର୍ମଗତ ବା ଭାଷାଗତ ଉତ୍ତେଜନା ସୃଷ୍ଟି କରାଇବାକୁ କୌଣସି ରାଜନୈତିକ ଏବଂ ଧାର୍ମିକ ନେତା କିଂବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ।

By amfnews

Related Post