Fri. Mar 6th, 2026

ଉପକୂଳ ଓଡିଶାରେ ଝଡବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ୯ରୁ ୧୧ ଯାଏ ସତର୍କ ସୂଚନା

431 Views

ଆସନ୍ତାକାଲି ଭୁବନେଶ୍ୱରରେ ତାତି ବଢିବା ସମ୍ଭାବନା ଅଧିକ। କିନ୍ତୁ ରାଜ୍ୟର ପାଖାପାଖି ୯ଟି ଜିଲ୍ଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିପାରେ। କ୍ରମଶଃ ଏହାର ପ୍ରଭାବ ଅନ୍ୟ ଜିଲ୍ଲାରେ ବି ପ଼ଡିବ। କେବଳ ସେତିକି ନୁହେଁ, ୧୩ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ମଧ୍ୟ ରହିଛି। ଏ ସମୟରେ ପବନ ବି ତାର ତାକତ ଦେଖାଇବା ସମ୍ଭାବନାକୁ ଏ଼଼ଡ଼ାଇ ଦେଇ ହେବନାହିଁ। କାଳବୈଶାଖୀର ପୂର୍ବାନୁମାନକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଲାଣି। ଉତ୍ତର ଭାରତରେ ଯେଭଳି ଅଭାବନୀୟ ପରିସ୍ଥିତି ଉପୁଜିଲା, ତାହା ହିଁ ଏଭଳି ଭୟ ସୃଷ୍ଟିର କାରଣ ବୋଲି କୁହାଯାଉଛି। କେବଳ ଓଡ଼ିଶା ନୁହେଁ, ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦେଶର ପାଖାପାଖି ୨୦ଟି ରାଜ୍ୟରେ ଝ଼଼ଡ଼ତୋଫାନ ନେଇ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି।

ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ଛୁଇଁପାରେ ବୋଲି ସତର୍କ କରି ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଡ. ଶରତ ସାହୁଙ୍କ ଆକଳନ କହୁଛି, ଆସନ୍ତାକାଲି ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଖୋର୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡା ପ୍ରତି ବିପଦ ଅଧିକ ରହିଛି। ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିପାରେ। ଝ଼ଡ଼ ତୋଫାନ ହେବ, କୁଆପଥର ବର୍ଷା ହେବ। ବଜ୍ରପାତ ଭୟ ବି ରହିଛି। ୧୧ ତାରିଖ ମଧ୍ୟରେ ନୟାଗ଼଼ଡ, କୋରାପୁଟ,ଗଜପତି, ଯାଜପୁର ଭଳି ଜିଲ୍ଲାରେ ବି କାଳବୈଶାଖୀର ପ୍ରଭାବ ଦେଖାଦେବ।

By amfnews

Related Post