Thu. Dec 26th, 2024

ଉପକାରଗାରରେ ୯ଜଣ କଏଦୀ କରୋନା ସଂକ୍ରମିତ, ଜେଲ ହେଲା ସାନିଟାଇଜ୍

By amfnews May 8, 2021 #Featured
164 Views

ସାଲେପୁର, ମେ ୦୮ : ସାଲେପୁର ଉପକାରଗାରରୁ କଏଦୀ ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିଲାଗି ଜେଲକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଇଛି । ଉପକାରଗାରରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ପୂର୍ବରୁ ମଧ୍ୟ କିଛି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବର୍ତ୍ତମାନର ସଂକ୍ରମିତଙ୍କୁ  ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ପଜିଟିଭ ଚିହ୍ନଟ ହୋଇଥିବା କଏଦୀଙ୍କୁ ଏକ ସ୍ୱତନ୍ତ୍ର ସେଲରେ ରଖାଯାଇଛି ।

ସଂକ୍ରମିତ କଏଦୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଜେଲ କର୍ତ୍ତୃପକ୍ଷ ଓ ଡାକ୍ତରୀ ଟିମ୍ ଦୃଷ୍ଟି ରଖିଛନ୍ତି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଟିମ୍ ଆସୁଛନ୍ତି । ତେବେ କାହାର ସ୍ଵାସ୍ଥ୍ୟ ଗୁରୁତର ଖରାପ ହୋଇନଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ସାଲେପୁର ଉପକାରଗାରରେ ଜଣେ ବିଚାରଧୀନ କଏଦୀ ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ଜେଲର କର୍ମଚାରୀ ଓ କଏଦୀଙ୍କୁ ମିଶାଇ ୬୨ଜଣଙ୍କ ସ୍ୱାବ ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ପ୍ରଥମେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପୁଣି ଆଉ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସବ୍‌-ଜେଲ୍‌ରେ ମୋଟ ପଜିଟିଭ୍‌ ସଂଖ୍ୟା ୨୨ରେ ପହଁଚିଛି।

By amfnews

Related Post