Thu. Dec 26th, 2024

ଉତକ୍ଷେପଣ ହେଲା ଦେଶର ସବୁଠାରୁ ଓଜନିଆ ଯୋଗାଯୋଗ ଉପଗ୍ରହ ‘ଜିସେଟ-୧୧’

By amfnews Dec 5, 2018 #Featured
242 Views

ନୂଆଦିଲ୍ଲୀ, ଡିସେମ୍ବର ୦୫ : ଦେଶର ସବୁଠାରୁ ଓଜନିଆ ଯୋଗାଯୋଗ ଉପଗ୍ରହ ‘ଜିସେଟ-୧୧’କୁ ବୁଧବାର ଉତକ୍ଷେପଣ ପାଇଁ ଏବେ ପ୍ରସ୍ତୁତ । ଇଣ୍ଟରନେଟ ସ୍ପିଡ଼ ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଉପଗ୍ରହକୁ ଆରିୟନ-୫ ଦ୍ୱାରା ଉତକ୍ଷେପଣ କରାଯାଇଛି । ଭାରତର ଏହି ଯୋଗାଯୋଗ ଉପଗ୍ରହକୁ ଫ୍ରାଂଚ ଗୟାନାଠାରୁ ଉତକ୍ଷେପଣ କରାଯାଇଥିବା ଇସ୍ରୋ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ବହୁପ୍ରତୀକ୍ଷିତ ଉପଗ୍ରହ ‘ଜିସେଟ-୧୧’କୁ ଆଜି ସକାଳୁ ଉତକ୍ଷେପଣ କରାଯାଇଛି ।

ଏହି ଯୋଗାଯୋଗ ଉପଗ୍ରହର ଓଜନ ୫୮୫୪ କିଲୋଗ୍ରାମ ଏବଂ ଏହାରି ମାଧ୍ୟମରେ ଦେଶରେ ଇଣ୍ଟରନେଟ ସ୍ପିଡ ବଢ଼ାଇବାରେ ସହାୟତା ମିଳିବ । ଏହି ଉପଗ୍ରହ ପୂର୍ବରୁ ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇସ୍ରୋ ପକ୍ଷରୁ ଏହାକୁ ଫ୍ରାଞ୍ଚ ଗୁୟାନା ଠାରୁ ଯାଞ୍ଚ ପାଇଁ ମଗାଇଥିଲା । ଇସ୍ରୋ ଏହାର ଯାନ୍ତ୍ରିକ ତ୍ରୁଟି ଦେଖିବା ପରେ ଏପ୍ରିଲରେ ଯାଞ୍ଚ କରିବାର ଆବଶ୍ୟକତା ଅଛି ବୋଲି ହୃଦୟଙ୍ଗମ କରିଥିଲା । ଜିସେଟ-୬ ମିଶନ ଅସଫଳ ରହିବା ପରେ ଇସ୍ରୋର ଚିନ୍ତା ବଢ଼ି ଯାଇଥିଲା । ମାର୍ଚ୍ଚ ୨୯ରେ ଉତକ୍ଷେପର ହେବା ପରେ ଜିସେଟ-୬ଏ ସେଟଲାଇଟ ନିୟନ୍ତ୍ରଣରୁ ବାହାରି ଯାଇଥିଲା ଏବଂ ଏହାର କୌଣସି ସିଗନାଲ ମିଳି ନଥିଲା ।

ଇସ୍ରୋ ଅଧ୍ୟକ୍ଷ କେ ସିଭନ ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ କହିଥିଲେ, ୪ ଉଚ୍ଚ କ୍ଷମତାଯୁକ୍ତ ସେଟଲାଇଟ ଆସନ୍ତାବର୍ଷ ଠାରୁ ଦେଶରେ ପ୍ରତ୍ୟେକ ସେକେଣ୍ଡରେ ୧୦୦ ଗିଗାବାଇଟରୁ ଅଧିକ ବ୍ରୋଡବ୍ରାଣ୍ଡ କନେକଟିଭିଟି ଦେବେ । ଏହି ୪ଟି ସେଟଲାଇଟ ମଧ୍ୟରେ ଜିସେଟ-୧୯ ଏବଂ ଜିସେଟ ୧୧ ସାମିଲ ଅଛନ୍ତି । ଜିସେଟ-୧୯ ପୂର୍ବରୁ ଉତକ୍ଷେପଣ କରାଯାଇଛି ଏବଂ ଜିସେଟ-୧୧ ବୁଧବାର ଲଂଚ ହେବ । ବର୍ଷ ୨୦୧୯ରେ ଜିସେଟ-୨୦ ଉତକ୍ଷେପଣ କରାଯିବ । ସେ କହିଥିଲେ, ଏହି ସବୁ ଉପଗ୍ରହ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କାମ କରିବ ।

By amfnews

Related Post