ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଥରେ କଶ୍ମୀର ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଯେଉଁମାନେ ପାକିସ୍ତାନ ପଟୁ ସୀମାପାର ହୋଇ କଶ୍ମୀର ଯାଉଛନ୍ତି ସେମାନଙ୍କୁ ଭାରତ ଇସଲାମିକ ଆତଙ୍କବାଦୀ ବୋଲି କହୁଛି ବୋଲି ଇମ୍ରାନ୍ ଖାନ୍ ଟୁଇଟ୍ କରି କହିଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ଭାରତୀୟମାନେ ଇମ୍ରାନଙ୍କୁ ସମାଲୋଚନା କରିବା ସହିତ ତାଙ୍କର ମଜା ଉଡ଼ାଇଛନ୍ତି।
କାରଣ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଯାଏ ଅନୁପ୍ରବେଶକାରୀ ସୀମା ଭିତରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଆଉ ଯେଉଁମାନେ ପ୍ରବେଶ କରିଛନ୍ତି ସେମାନେ ସେନା ଗୁଳିରେ ନିହତ ହୋଇଛନ୍ତି। ଏମିତିକି ଅନୁପ୍ରବେଶକାରୀ ନିହତ ହେବା ପରେ ପାକିସ୍ତାନ ତାଙ୍କର ମର ଶରୀର ବାବଦରେ ସ୍ପଷ୍ଟ ମତ ରଖିନାହିଁ। ଆଉ ଏହି ଅନୁପ୍ରବେଶକାରୀଙ୍କ ପଛରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ସମର୍ଥନ ରହିଛି। ଏବେ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଅନୁପ୍ରବେଶକାରୀଙ୍କୁ ପରୋକ୍ଷରେ ବନ୍ଧୁ ବୋଲି କହି ଇମ୍ରାନ୍ ଟୁଇଟ୍ କରିଛନ୍ତି।
Imran Khan✔@ImranKhanPTI
I understand the anguish of the Kashmiris in AJK seeing their fellow Kashmiris in IOJK under an inhumane curfew for over 2 months. But any one crossing the LoC from AJK to provide humanitarian aid or support for Kashmiri struggle will play into the hands of the Indian narrative –
a narrative that tries to divert from the indigenous Kashmiris’ struggle against brutal Indian Occupation by trying to label it as “Islamic terrorism” being driven by Pakistan. It will give India an excuse to increase violent oppression of Kashmiris in IOJK & attack across LoC