153 Views

ଆହୁରି ପଢ଼ନ୍ତୁ
ଯାହକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ। ଆଉ ସେ ହେଉଛନ୍ତି ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ ଯେତେବେଳେ ତାଙ୍କ ନାମ ପଚାରୁଛନ୍ତି ସେ କମିକ୍ ଷ୍ଟାଇଲରେ ଜଗବନ୍ଧୁ ଜେନା ବୋଲି କହୁଛନ୍ତି। ଆଉ ସାଙ୍ଗମାନେ ତାଙ୍କୁ ଜଗା ଡାକନ୍ତି ବୋଲି କହୁଛନ୍ତି। କାର୍ଯ୍ୟକ୍ରମରେ ଜଗା ବିଚିତ୍ର ପ୍ରକାର ଅଭିନୟ କରି ପାଣି ମାଗୁଛନ୍ତି।
ଆଉ ବିଚାରକ ନେହା କକ୍କର ଯେତେବେଳେ ତାଙ୍କୁ ମିଲକ୍ସେକ୍ କିମ୍ବା ପାଓଁଭାଜି ଅଫର କରୁଛନ୍ତି ସେତେବେଳେ କୌତୁହଳ ଢଙ୍ଗରେ ଜଗା ଭାତ-ଡାଲି ମାଗୁଛନ୍ତି। ଯାହା ବେଶ ହାସ୍ୟରଳ ସୃଷ୍ଟି କରୁଛି। କାର୍ଯ୍ୟକ୍ରମରେ ଜଗାଙ୍କ କିମ୍ବୁତକିମ୍ବାକାର ଅଭିନୟ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଯାହାକୁ ଦେଖି ସମସ୍ତେ ହସିଥିଲେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।