Sun. Mar 8th, 2026

ଇଟାଲି ଫେରନ୍ତା ଛାତ୍ର ଏସ୍‌ସିବିରେ ଭର୍ତ୍ତି

207 Views

କଟକ : ଇଟାଲିରୁ ଫେରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ର କରୋନା ସନ୍ଦେହରେ  କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଫଳରେ ଏବେ ଏସ୍‌ସିବିରେ ୨ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଛି।

ପୂର୍ବରୁ ଜଣେ ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଇଟାଲି ଫେରନ୍ତା ଛାତ୍ରଜଣକ ଭର୍ତ୍ତି ହୋଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଚିକିତ୍ସା ପରେ ୭ ସନ୍ଦିଗ୍ଧଙ୍କୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଛି।

କରୋନା ବିଶ୍ୱ ମହାମାରୀ ରୂପ ନେଇ ସାରିଥିବା ବେଳେ ଏହାକୁ ନେଇ ବେଶ୍‌ ସତର୍କ ରହିଛନ୍ତି କଟକ SCB ମେଡିକାଲ କର୍ତ୍ତୃପକ୍ଷ। କରୋନା ମୁକାବିଲା ପାଇଁ ଏସ୍‌ସିବି ପୂରା ପ୍ରସ୍ତୁତ ରହିଛି ବୋଲି ଏହାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଗତକାଲି ସୂଚନା ଦେଇଥିଲେ।

ସେ କହିଥିଲେ, ଏହି ଭୟାନକ ରୋଗର ମୁକାବିଲା ଲାଗି ବ୍ୟବସ୍ଥିତ ଢଙ୍ଗରେ ଚିକିତ୍ସା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଆବଶ୍ୟକ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି। ଔଷଧ ଓ ମାସ୍କ ମହଜୁଦ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସଫଳ ମୁକାବିଲା ଲାଗି ଏସ୍‌ସିବିରେ ଅଧିକ ୪ଟି ଆଇସିୟୁ ସହ ନୂଆ ବିଲ୍ଡିଂରେ ୬୦ ବେଡର ବ୍ୟବସ୍ଥା ହେଉଛି।

By amfnews

Related Post