Thu. Mar 12th, 2026

ଆସନ୍ତାକାଲି ସୁଷମାଙ୍କ ସ୍ମୃତିରେ ବିଜେପିର ଶୋକସଭା

162 Views

ନୂଆଦିଲ୍ଲୀ  : ଆସନ୍ତାକାଲି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ମୃତିରେ ଶୋକସଭା ଆୟୋଜନ କରିବ ଭାରତୀୟ ଜନତା ପାର୍ଟି (ବିଜେପି)। ଦିଲ୍ଲୀ ସ୍ଥିତ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଅପରାହ୍ନ ୪ଟାରେ ଏହି ଶୋକସଭା ଆରମ୍ଭ ହେବ। ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦଳୀୟ ନେତା ଓ କର୍ମୀ, ଅନ୍ୟାନ୍ୟ ଦଳର ନେତା, ବିଭିନ୍ନ ଦେଶର ରାଷ୍ଟ୍ରଦୂତ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତିରେ ସୁଷମା ସ୍ୱରାଜଙ୍କର ନିଧନ ହୋଇଥିଲା। ରାତି ୯ଟା ସମୟରେ ହୃଦଘାତର ଶିକାର ହେବା ପରେ ସେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

୭ ତାରିଖ ଦିନ ଦିଲ୍ଲୀ ସ୍ଥିତ ଲୋଧିରୋଡ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ୬୭ ବର୍ଷୀୟ ସୁଷମାଙ୍କ ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଭୁଟାନ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା, ସୁଷମାଙ୍କ ସମର୍ଥକ, ପରିବାର ବର୍ଗ ପ୍ରମୁଖ ଯୋଗ ଦେଇଥିଲେ।

By amfnews

Related Post