Mon. Dec 23rd, 2024

ଆର୍ନ୍ତଜାତୀୟ ଏଡ୍‌ସ ଦିବସ ଅବସରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକୃତୀ

By amfnews Dec 1, 2020 #Featured
151 Views

ପୁରୀ, ଡିସେମ୍ବର ୦୧ : ଆଜି ଆନ୍ତର୍ଜାତୀୟ ଏଡ୍‌ସ ଦିବସ । ଏଡ୍‌ସ ଏକ ମାରାତ୍ମକ ରୋଗ । ଏଡ୍‌ସରେ ଆକ୍ରାନ୍ତ ହୋଇ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କର ପ୍ରାଣହାନି ଘଟୁଛି । ଏଣୁ ଏହି ରୋଗ ଠାରୁ ମୁକ୍ତି ପାଇବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକୃତୀ ମାଧ୍ୟମରେ ବିଶ୍ୱବାସୀଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ବାର୍ତ୍ତା । ପୁରୀ ସୂବର୍ଣ୍ଣ ବେଳାଭୂମିରେ ଗଢିଥିବା ଏହି ବାଲୁକାକୃତୀରେ ଏଡ୍‌ସ ଭଳି ମାରାତ୍ମକ ରୋଗକୁ ପ୍ରତିହତ କରିବା ପାଇଁ ବିଶ୍ୱସ୍ତରରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏଥିସହିତ ଅନୌତିକ ଯୌନକ୍ରିୟା ଯୋଗୁଁ କିଭଳି ନିରୀହ ଲୋକମାନେ ଅଜ୍ଞାନତା ବଶତଃ ମୃତ୍ୟୁବରଣ କରୁଛନ୍ତି ତାହାର ନିଚ୍ଛକ ପ୍ରତିଛବି ପ୍ରଦର୍ଶିତ କରିଛନ୍ତି ।

By amfnews

Related Post