Sat. Jan 4th, 2025

ଆର୍ଏସ୍ପିରେ ଅକ୍ସିଜେନ ପ୍ରେସର ରିଡ୍ୟୁସିଂ ଷ୍ଟେସନ ଦ୍ୱିତୀୟ ଷ୍ଟ୍ରିମ୍ ଉଦ୍ଘାଟିତ

By amfnews Nov 22, 2018 #Featured
175 Views

ରାଉରକେଲା, ୨୨ /୧୧ : ରାଉରକେଲା ଇସ୍ପାତ୍ କାରଖାନାରେ ଅକ୍ସିଜେନ ପ୍ଲାଣ୍ଟ ବିଭାଗରେ ଆୟୋଜିତ ଏକ ଉତ୍ସବରେ ଷ୍ଟିଲ୍ ମେଲ୍ଟିଂସପ-୨ରେ ଏକକାଳୀନ ବ୍ଲୋଇଙ୍ଗ ନିମନ୍ତେ ଅକ୍ସିଜେନ ପ୍ରେସର ରିଡ୍ୟୁସିଂ ଷ୍ଟେସନ ଦ୍ୱିତୀୟ ଷ୍ଟ୍ରିମ୍କୁ ଆରଏସ୍ପି କାର୍ଯ୍ୟ ବିଭାଗର ଇଡି ଗୌତମ ବାନାର୍ଜୀ, ଜିଏମ୍ ୟୁଟିଲିଟି ସି.ଆର୍. ମହାପାତ୍ର ଓ ଏସ୍ଏମ୍ଏସ୍-୨ ବିଭାଗର ଜିଏମ୍ ଏ.କେ. ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଅକ୍ସିଜେନ ପ୍ଲାଣ୍ଟ ବିଭାଗର ଡିଜିଏମ୍ ଇନ୍ଚାର୍ଜ ବି. ମଲ୍ଲିକ ତଥା ଷ୍ଟିଲ ମେଲ୍ଟିଂ ସପ-୨, ଅକ୍ସଜେନ୍ ପ୍ଲାଣ୍ଟଏବଂ ଇନଷ୍ଟ୍ରୁମେଣ୍ଟେସନ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ, ଷ୍ଟିଲ ମେଲ୍ଟିଂ ସପ-୨ରେ ଏକକାଳନୀ ବ୍ଲୋଇଙ୍ଗ ନିମନ୍ତେ ଅକ୍ସିଜେନ୍ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଘଣ୍ଟା ପ୍ରତି ୮୪ ହଜାର ଘନମିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ ପ୍ରେସର ରିଡ୍ୟୁସିଂ ଷ୍ଟେସନ ସ୍ଥାପନା କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୫ ଜୁନ ମାସରେ ଅକ୍ସିଜେନ ପିଆରଏସରେ ଷ୍ଟ୍ରିମ୍ ବି କ୍ଷତିଗ୍ରସ୍ତ ହୋଇଥିଲା ।

ଏକକାଳୀନ ବ୍ଲୋଇଙ୍ଗ ନିମନ୍ତେ କେବଳ ଗୋଟିଏ ପ୍ରେସର ରିଡ୍ୟୁସିଂ ଷ୍ଟେସନ ଉପଲବ୍ଧ ଥିଲା । ଯନ୍ତ୍ରୋପକରଣ ନିର୍ଭରଶୀଳତାରେ ଉନ୍ନତି ଆଣିବା ତଥା ଏସ୍ଏମ୍ଏସ୍ -୨ରେ ନିରବଚ୍ଛିନ୍ନ ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ଦ୍ୱିତୀୟ ଷ୍ଟିମ୍କୁ ୧.୬୦ କୋଟି ଟଙ୍କା ବ୍ୟୟରେ ପୁନନିର୍ମିତ କରାଯାଇଥିଲା । ମେଷର୍ସ ଲିଣ୍ଡେ ଅକ୍ସିଜେନ ପ୍ଲାଣ୍ଟ ସହଯୋଗରେ ଏହି କାର୍ଯ୍ୟର ସ୍ଥାପନା, କମିଶନିଙ୍ଗ ସମ୍ପନ୍ନ କରାଯାଇଥିଲା ।

ଏହାର ଲଜିକ ଓ ଇଣ୍ଟରଲକ ବ୍ୟବସ୍ଥା ଇନଷ୍ଟ୍ରୁମେଣ୍ଟେସନ ବିଭାଗ ଦ୍ୱାରା ସମ୍ପନ୍ନ ହୋଇଥିଲା । ଉକ୍ତ କାର୍ଯ୍ୟକୁ ପର୍ଯ୍ୟାୟ କ୍ରମେ ଏସଏମଏସ-୨ର ଉତ୍ପାଦନକୁ ପ୍ରଭାବିତ ନ କରି ସମ୍ପାଦିତ କରାଯାଇଥିଲା । ଅକ୍ସିଜେନ ପ୍ଲାଣ୍ଟ ବିଭାଗର ଡିଜିଏମ୍ ଆଶା କାର୍ଥା କାଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post